ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ଷେ ଯାଏଁ ମାଗଣାରେ ମିଳିବ ଚାଉଳ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮୫ କୋଟି
ଭୁବନେଶ୍ୱର : ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଦେବେ । ଏହି ଯୋଜନାର ହିତାଧିକାରୀ ମାନଙ୍କୁ ମାସକୁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇଦେବେ । । ୨୦୨୩ ଜାନୁଆରି ଠାରୁ ଡିସେମ୍ବର ଯାଏଁ ଏହି ମାଗଣା ଚାଉଳ ମିଳିବ । ମାଗଣା ଚାଉଳ ମିଳିବା ନେଇ ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାସିକ ମୁଣ୍ଡପିଛା ମିଳିବ ୫କିଲେ ଚାଉଳ ମିଳିବ । ଏଥି ପାଇଁ ରାଜ୍ୟ ସରକାର ୧୮୫ କୋଟି ଟଙ୍କା କରିବେ ।
