ଅନୀଲ କୁମାର ପରିଡା ହେଲେ ଅଲ ଓଡିଶା ଲୟର ଏସୋସିଏସନ୍ର ସଂପାଦକ : ଜଳେଶ୍ୱରରେ ସମ୍ବର୍ଦ୍ଧନା
ଜଳେଶ୍ୱର : ନିକଟରେ ଓଡିଶା ଲୟର ଏସୋସିଏସନ୍ର ନିର୍ବାଚନ ଶେଷ ହୋଇଛି । ଏଥିରେ ଜଳେଶ୍ୱର ଓକିଲ ସଂଘ ସଭାପତି ଅନିଲ କୁମାର ପରିଡା ସାଧାରଣ ସଂପାଦକଭାବେ ନିର୍ବାଚିତ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ସଂଘର ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥିଭାବେ ଜଳେଶ୍ୱରର ଏଡିଜେ ସଂଜିବ ରଂଜନ ସାମନ୍ତ, ସବ୍ଜଜ୍ ସୁଶିଲ ସାହୁ, ମୁନସଫ ପାର୍ଥ ପ୍ରତିକ, ଜେଏମ୍ଏଫସି ସ୍ୱର୍ଣ୍ଣପ୍ରଭା ସ୍ୱାଇଁ ଓକିଲ ସଂଘର ପ୍ରାକ୍ତନ ସଭାପତି ସତ୍ୟସୁନ୍ଦର ଦାସ, ଉପସଭାପତି ମନୋରଂଜନ ମିଶ୍ର ଯୋଗ ଦେଇ ଜଳେଶ୍ୱରର ଜଣେ ଆଇନ୍ଜିବୀ ଭାବେ ଶ୍ରୀ ପରିଡା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସମଗ୍ର ରାଜ୍ୟରେ ନେତୃତ୍ୱ ନେଇ ଜଳେଶ୍ୱରକୁ ଗୌରବାନ୍ନତି କରିଛନ୍ତି ବୋଲି କହିଥିଲେ । ଶ୍ରୀ ପରିଡା ଅଧ୍ୟକ୍ଷତା କରି ଆଇନ୍ଜିବୀମାନେ ସମସ୍ତଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବା ଉଚିତ୍ ବୋଲି କହିଥିଲେ । ଓକିଲ ସଂଘ ସଂପାଦକ ବିଜନ୍ ଦେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରସନ୍ନ ପାଳ ସ୍ମୃତି କମିଟି ପକ୍ଷରୁ ବାଘାବାଳୀଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କମିିଟିର ସଂପାଦକ ସିଦ୍ଧାର୍ଥ ଶଂକର ପାଳ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁକୁମାର ରଣା, ଡ. ଅଜିତ୍ ମହାନ୍ତି, ଜ୍ୟୋତିର୍ମୟାନନ୍ଦ ପାଳ, ଦେବଯାନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଶ୍ରୀ ପରିଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
