ଶ୍ରୀମା ମହିଳା ମହାବିଦ୍ୟାଳୟ ର ୩୨ତମ କ୍ରୀଡାଉତ୍ସବ ଅନୁଷ୍ଠିତ
ବାରିପଦା : ଶ୍ରୀମା ମହିଳା ମହାବିଦ୍ୟାଳୟର ୩୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ କ୍ରୀଡ଼ା ଶିକ୍ଷକ ମିହିର କୁମାର ସଦୁଆଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ମହାବିଦ୍ୟାଳୟରଅଧ୍ୟକ୍ଷ ନଟବର ଗିରିଙ୍କ ପୌରହିତ୍ୟରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା । ଏଥିରେ ୨୦ଟି ଇଭେଂଟରେ ଉଭୟ କନିଷ୍ଠ (+୨) ଓ ବରିଷ୍ଠ (+୩ ) ଖେଳାଳୀ ମାନେ ଭାଗ ନେଇଥିଲେ । ଉତ୍ସବର ଉଦଯାପନୀ ସଭାରେ ମୟୂରଭଂଜ କ୍ରୀଡା ସଂସଦର ସମ୍ପାଦକ ବିଜୟ କୁମାର ଦାସ, ବିଶିଷ୍ଟ କ୍ରୀଡାବିତ୍ ରଂଜନ ପଣ୍ଡା ଯୋଗ ଦେଇ ସଫଳ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପିକା ଗୀତା ଶତପଥୀ, ଡକ୍ଟର ସ୍ନିତା ଭଂଜ, ଡକ୍ଟର ନରସିଂହ ବାରିକ, ଶ୍ରୀକାନ୍ତ ରାଉତ, ଜ୍ୟୋତ୍ସ୍ନା ପାତ୍ର, ପ୍ରଣତି ମହାପାତ୍ର, ଅଧ୍ୟାପିକା ବାସନ୍ତି ହାଁସଦା, ରୂପାଲି ବିଶୋଇ, ରୋନାଲି ଦୂର୍ଗା, ବନ୍ଦନା ବାରିକ, ବୀଣା କଲିଆ, ମାନସୀ ବାରିକ, ମାମୁନି ମାରାଣ୍ଡି, ତୃପ୍ତି ରାୟ, ରାଜାଦୀପ ପଟ୍ଟନାୟକ, ପ୍ରତାପ ବେରା ତଥା ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ମାନଙ୍କର ସୁପରିଚାଳନାରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଅଧ୍ୟାପକ ସୁତନୁ ରୂପ ଓ ଦୀପକ କୁମାର ରାଉତ ମଂଚ ପରିଚାଳନା କରିଥିବା ବେଳେ, କ୍ରୀଡ଼ା ବିଭାଗର ଉପସଭାପତି ଅଧ୍ୟାପକ ଶିବ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକି ରାଜ୍ୟ ତଥା ଦେଶ ପାଇଁ ଗୌରବମୟ ହୋଇଥିବାରୁ ଅତିଥିମାନେ ବିଶ୍ୱକପ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଥିଲେ ।
