ଫିଟ୍ ହେଲେ ବୁମରା, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଆକ୍ସନକୁ ଫେରିବେ
India's Jasprit Bumrah prepares to bowl in nets during a practice session at the Punjab Cricket Association Stadium in Mohali on September 19, 2022, on the eve of their first Twenty20 international cricket match against Australia. (Photo by Sajjad HUSSAIN / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE-----
ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳ ପାଇଁ ଭଲ ଖବର । ଟିମ୍ ଇଣ୍ଡିଆର ଷ୍ଟାର୍ ପେସର୍ ଯଶପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଆକ୍ସନକୁ ଫେରିବେ । ବୁମରାଙ୍କୁ ପୂର୍ବରୁ ଦିନିକିଆ ଏବଂ ଟି-୨୦ ସିରିଜରେ ରଖାଯାଇ ନଥିଲା । କିନ୍ତୁ ଆଜି ବିସିସିଆଇ ଦିନିକିଆ ସିରିଜରେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛି ।
ବୁମରା ଇତିମଧ୍ୟରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଫିଟନେସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କ୍ରିକେଟ ପଡ଼ିଆକୁ ଫେରିବାକୁ ସେ ଫିଟ୍ ଘୋଷିତ ହୋଇଛନ୍ତି । ଟିମ୍ ଇଣ୍ଡିଆ ପାଇଁ ବୁମରା ଫିଟ୍ ହେବା ଏକ ବହୁତ ବଡ଼ ଆଶ୍ବସ୍ତିକର ଖବର । କାରଣ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ରହିଛି । ତାଙ୍କ ପ୍ରତ୍ୟାବର୍ତ୍ତନ ଦ୍ବାରା ଭାରତୀୟ ବୋଲିଂ ଆହୁରି ଶକ୍ତିଶାଳୀ ହେବ । ସୂଚନା ଯେ, ସେପ୍ଟେମ୍ବର ୨୦୨୨ରୁ ବୁମରା କ୍ରିକେଟରୁ ଦୂରରେ ଥିଲେ । ପିଠିରେ ଆଘାତ ସମସ୍ୟା ଯୋଗୁଁ ସେ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ୍ ପଡିଥିଲେ।
ଶ୍ରୀଲଙ୍କା ଦିନିକିଆ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ଓ୍ବିକେଟକିପର), ଇଶାନ କିଶନ (ଓ୍ବିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ୍, ଉମ୍ରାନ ମଲିକ, ଅର୍ଶଦୀପ ସିଂ।
