ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ! ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମାଗଣା ଚାଉଳ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ହିତାଧିକାରୀଙ୍କୁ ନୂଆବର୍ଷ ଭେଟି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମାଗଣା ଚାଉଳ ମିଳିବ । ଫଳରେ ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ ବୋଲି ଜଣାପଡ଼ିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାସିକ ମୁଣ୍ଡପିଛା ୫କେଜି ଚାଉଳ ମିଳିବ ଯେଉଁଥିରେ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ। ମାସକୁ ୫ କେଜି ଲେଖାଏଁ ମିଳିବ ମାଗଣା ଚାଉଳ। ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି ଟଙ୍କା । କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ପ୍ରତଦାନ କରିଥିଲେ । ରୋଜଗାର ହରାଇଥିବା ଗରିବ ଅସହାୟ ଲୋକଙ୍କୁ ପାଇଁ ଜନକଲ୍ୟାଣ କାର୍ଯ୍ୟ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ କୋଭିଡ ପରବର୍ତ୍ତୀ ସ୍ଥିତିରେ ମଧ୍ୟ ସାଧାରଣ ଗରିବ ଲୋକଙ୍କ ପାଇଁ ଏହି ସହାୟତା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରେ ପୁଣି ଗରିବ ସାଧରଣ ଲୋକଙ୍କ ପରିବାରକୁ ପ୍ରଦାନ କରିବେ ଏହି ମାଗମା ରାସନ । ପ୍ରତି ପରିବାରକୁ ମିଳିବ ପାଞ୍ଚ କେଜି ଲେଖାଏ ମାଗଣା ଚାଉଳ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ କରିଛନ୍ତି ସାଧାରଣ ଭୋଟର ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୨୦୨୩ ଠାରୁ ୧୨ ମାସ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ମୋଟ୍ ୧୮୫ କୋଟି ଖର୍ଚ୍ଚ ହେବ। ଏହି ଟଙ୍କା ରାଜ୍ୟ ରାଜକୋଷରୁ ଭରଣା କରାଯିବ। ରାଜ୍ୟ ସରକାର ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ ଅଧୀନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ବଣ୍ଟନ କରୁଛନ୍ତି | ଅକ୍ଟୋବର ୨୦୧୮ ଠାରୁ ୧ ଟଙ୍କାରେ ଚାଉଳ ଦିଆଯାଉଥିଲା। ଯାହା କରୋନା ସମୟରୁ ମାଗଣାରେ ଦିଆଯାଉଛି।
