ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ପଦକ୍ଷେପ ! ଏଣିକି ପାକିସ୍ତାନରେ ଥିବା ହିନ୍ଦୁଙ୍କ ଅସ୍ଥି ଗଙ୍ଗା ନଦୀରେ କରାଯିବ ବିସର୍ଜନ
ନୂଆଦିଲ୍ଲୀ: ପାକିସ୍ତାନରେ ରହୁଥିବା ହିନ୍ଦୁମାନଙ୍କ ଏକ ବଡ଼ ଇଚ୍ଛାକୁ ପୁରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପାକିସ୍ତାନରେ ରହୁଥିବା ଅନେକ ହିନ୍ଦୁଙ୍କ ଶେଷ ଇଚ୍ଛା ଥିଲା କି ସେମାନଙ୍କ ମୃତ୍ୟୁ ପରେ ଅସ୍ଥିକୁ ପବିତ୍ର ଗଙ୍ଗାରେ ବିସର୍ଜନ କରାଯାଉ । କିନ୍ତୁ ସେମାନଙ୍କ ପରିବାର ପକ୍ଷେ ଅସ୍ଥି ନେଇ ପାକିସ୍ତାନରୁ ଭାରତ ଆସିବା ସମ୍ଭବ ନଥିଲା । ଏଭଳି କ୍ଷେତ୍ରରେ ମୋଦୀ ସରକାର ଏକ ବଡ଼ ସାହାଯ୍ୟ କରିବାକୁ ଯାଉଛନ୍ତି । ଏହା ଜରିଆରେ ପାକିସ୍ତାନରେ ରହୁଥିବା ସମସ୍ତ ହିନ୍ଦୁ ପରିବାର ନିଜ ଲୋକମାନଙ୍କ ଅସ୍ଥି ନେଇ ଉତରାଖଣ୍ଡର ହରିଦ୍ୱାର ଯାଇ ଧାର୍ମିକ କ୍ରିୟା ଅନୁସାରେ ପବିତ୍ର ଗଙ୍ଗାରେ ବିସର୍ଜନ କରିପାରିବେ ।
ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାୟୋଜନ ନୀତି (ସ୍ପନସରସିପ ପଲିସି) କୁ ସଂଶୋଧନ ପରେ ଏମିତି ପ୍ରଥମଥର ହେବ । ଯେତେବେଳେ ୪୨୬ଜଣ ପାକିସ୍ତାନୀ ହିନ୍ଦୁଙ୍କ ଅସ୍ଥିକୁ ତାଙ୍କ ପରିବାରଲୋକଙ୍କ ଦ୍ୱାରା ହରିଦ୍ୱାରରେ ଗଙ୍ଗା ନଦୀରେ ବିସର୍ଜନ କରାଯିବ । ସମ୍ପ୍ରତି ଏହି ଅସ୍ଥିଗୁଡ଼ିକ କରାଚିର କିଛି ମନ୍ଦିର ଓ ଶ୍ମଶାନ ଘାଟ ଓ ଅନ୍ୟ ସ୍ଥାନ ମାନଙ୍କରେ ରଖାଯାଇଛି । ତେବେ କୁହାଯାଏ କି ହିନ୍ଦୁ ଧର୍ମରେ କୌଣସି ମଣିଷର ମୃତ୍ୟୁ ପରେ ତାଙ୍କର ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜନ କରିବା ଭଲ ହୋଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ, ଯଦି ମଣିଷର ଅସ୍ଥି ହରିଦ୍ୱାରରେ ବିସର୍ଜନ କରାଯାଏ, ତେବେ ଉକ୍ତ ମଣିଷର ଆତ୍ମାକୁ ସ୍ୱର୍ଗ ଯିବାକୁ ରାସ୍ତା ମିଳି ଯାଇଥାଏ ଓ ପୁନର୍ଜନ୍ମ କ୍ରିୟାରୁ ବି ମୁକ୍ତି ମିଳିଥାଏ ।
