ପ୍ରେରଣା ପକ୍ଷରୁ ନୂଆବର୍ଷରେ ସମଗ୍ର ରାଜ୍ୟରେ ୫ ହଜାର ବୃକ୍ଷ ରୋପଣ, ୭ ହଜାର ବୃକ୍ଷ ବଂଟନ ଓ ଉପହାର ପ୍ରଦାନ
ଭୁବନେଶ୍ୱର : ପରିବେଶସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲସୁରକ୍ଷା, ଜୀବଜନ୍ତୁ ଆଦିଙ୍କ ସୁରକ୍ଷା ପାଇଁକାର୍ଯ୍ୟକରୁଥିବାସାମାଜିକ ଅନୁଷ୍ଠାନ ପ୍ରେରଣାଗ୍ରୀନ ଆର୍ମି ପକ୍ଷରୁ ନୂଆବର୍ଷ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟକ୍ରମ ‘ଫୁଲ ନୁହେଁ, ଗଛ ଉପହାର ପ୍ରଦାନ’, ବୃକ୍ଷରୋପଣ, ବୃକ୍ଷବଂଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ୫ ହଜାର ଚାରାରୋପଣ, ୭ ହଜାର ଚାରା ବଂଟନ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଫୁଲ ନୁହେଁ, ଗଛ ଚାରା’ ଉପହାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱରରେ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ସାଂସଦ ଅପରାଜିତଳ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ନରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ସାଂସଦ ମାନସ ମଙ୍ଗରାଜଙ୍କୁ ଭେଟିଗଛ ଚାରାଉପହର ପ୍ରଦାନ କରାଯାଇଥିବାବେଳେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଓ ବମ୍ବେର ପୂର୍ବତନ ପୋଲିସ୍ କମିଶନର ଅରୁପ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ତାଙ୍କ ଗୃହରେଗଛ ଚାରା ପ୍ରଦାନ କରାଯାଇଛି । ସେହିପରି ପୋଲିସ୍ ବିଭାଗର ଉଚ୍ଚ ପଦସ୍ଥ ଅଫିସର ମାନଙ୍କୁ ପ୍ରେରଣା ପକ୍ଷରୁ ରୁଷି ପଟ୍ଟନାୟକ, ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଖୋର୍ଦ୍ଧାରେ ନରେନ୍ଦ୍ର ପୃଷ୍ଟି, ପୁରୀରେ ବଦ୍ରୀମିଶ୍ର, କୋରାପୁଟରେ ସୁକୁମାର ବିଶ୍ୱାଳ, ଗଞ୍ଜାମରେ ପୂର୍ଣ୍ଣଚନ୍ଦ୍ର ବେହେରା ଆଦି ଜିଲ୍ଲା କମାଣ୍ଡାଂଟ ମାନଙ୍କ ସହଯୋଗରେଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବୋଲି ପ୍ରେରଣା ଗ୍ରୀନ ଆର୍ମିର ସେନାଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତିରେ ଜଣାଇବା ସହ ଚଳିତ ବର୍ଷକୁ ସବୁଜ ବର୍ଷଭାବେ ପାଳନ କରାଯାଇ ଓଡ଼ିିଶାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ବୃକ୍ଷବଂଟନ ତଥା ବୃକ୍ଷଉପହାର ପ୍ରଦାନ କାର୍ଯ୍ୟକ୍ରମ ମାନ ଜାରିରହିବ ବୋଲି ଡଃ ଶ୍ରୀଚନ୍ଦନ କହିଛନ୍ତି ।
