ବିଦ୍ୟୁତ ଖୁଂଟରେ ଝୁଲୁଛି ଯୁବକଙ୍କ ମୃତଦେହ
ଖୋର୍ଦ୍ଧା : ବିଦ୍ୟୁତ ଖୁଂଟରେ ଝୁଲୁଛି ଯୁବକଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ । ସେହି ଗ୍ରାମର ଯାତ୍ରା ପଡିଆରେ ଥିବା ବିଦ୍ୟୁତ ଖୁଂଟର ୧୧ କେଭି ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ସେକ୍ କୁନା । ତାଙ୍କ ଘର ଛଣଗିରି ଗ୍ରାମରେ । ବିଭିନ୍ନ ଚୋରି, ଡ଼କାୟତି ଆଦି ଅପରାଧିକ ମାମଲାରେ ସେକ କୁନା ନାମରେ ଥାନାରେ ଅଭିଯୋଗ ରହିଛି । ଗତକାଲି ରାତିରେ ବିଦ୍ୟୁତ ତାର ଚୋରି ଉଦ୍ଦେଶ୍ୟରେ ୧୧ କେଭି ଖୁଂଟରେ ଚଢିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ କର୍ମଚାରୀ ଏବଂ ପୋଲିସ ଟିମ୍ ପହଂଚି ତଦନ୍ତ କରୁଛନ୍ତି । ତେବେ ତାର ଚୋରି ଉଦ୍ଦେଶ୍ୟରେ କିମ୍ବା ଅନ୍ୟ କୌଣସି ପାଇଁ ସେ ବିଦ୍ୟୁତ ଖୁଂଟରେ ଚଢିଥିଲା ତାର ତଦନ୍ତ ପୋଲିସ ଚଳାଇଥିବା ବେଳେ ଯଦି ଚୋରି ଉଦ୍ଦେଶ୍ୟରେ ହୋଇଥାଏ ତେବେ ତା ସହ ଅନ୍ୟ କିଏ କିଏ ଥିଲେ ତାହା ତଦନ୍ତ ସାପେକ୍ଷ ।
