ଅର୍ଚ୍ଚନା, ଜଗବନ୍ଧୁଙ୍କୁ ଜେଲ୍ ରେ ଜେରା କରିବାକୁ ଇଡିର ଆବେଦନ
ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣିଥରେ ପଚରାଉଚୁରା କରିବା ପାଇଁ ଇଡି ଯୋଜନା କରିଛି । ଅର୍ଚ୍ଚନାଙ୍କ ସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୁଣି ପଚରାଉଚରା କରିବ ଇଡ଼ି । ଏକାଧିକ ବ୍ୟକ୍ତିବିଶେଷଙ୍କ ବୟାନ ରେକର୍ଡ ପରେ, ଉଭୟଙ୍କୁ ପଚରାଉଚରା ପାଇଁ ଯୋଜନା କରିଛି ଇଡ଼ି । ଉଭୟଙ୍କୁ ଜେଲରେ ଜେରା ପାଇଁ କୋର୍ଟରେ ଇଡି ଆବେଦନ କରିଛି । ଅନ୍ୟପକ୍ଷରେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ନୟାପଲ୍ଲୀ ଥାନାରେ ଥିବା ମାମଲାରେ ଅର୍ଚ୍ଚନାଙ୍କୁ ପୂର୍ବରୁ ଜାମିନ୍ ମିଳିନଥିବା ବେଳେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
