ଶିରିଡି ସାଇ ମନ୍ଦିରରେ ୧୨ତମ ବାର୍ଷିକ ଉତ୍ସବ ପାଳନ
ମାଲକାନଗିରି : ମାଲକାନଗିରି ସଦର ମହକୁମାରେ ୧୨ ବର୍ଷ ପୂର୍ବେ ଆଜିର ଦିନରେ ସିରିଡି ସାଇ ଭକ୍ତ ମାନଙ୍କ ଦ୍ୱାରା ସାଇ ମନ୍ଦିରର ଶୁଭ ପଡିବା ସହ ପାରମ୍ପାରିକ ଭାବେ ଶିରିଡି ସାଇଙ୍କ ପୂଜା ଆରମ୍ଭ ହୋଇଥିଲା । ସାଇ ମନ୍ଦିର ପ୍ରତିଷ୍ଠା ର ୧୨ତମ ଦିବସ ପାଳନ ଅବସରରେ ସକାଳ ୬ଘଟିକା ସମୟରେ ୧୦୦ ରୁ ଉର୍ଦ୍ଧ ମହିଳା କୁ ନେଇ ଏକ କଳସଶୋଭା ଯାତ୍ରା କରାଯାଇଥିଲା । ଅପରାହ୍ନ ସମୟରେ ସିରିଡି ସାଇଙ୍କୁ ଏକ ଭବ୍ୟ ପାଲ ଙ୍କି ଶୋଭା ଯାତ୍ରା ରେ ଭକ୍ତ ମାନଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା । ଆଜିର ଏହି ବାର୍ଷିକ ଉତ୍ସବରେ ଶତାଧିକ ଭକ୍ତଙ୍କ ଗହଣରେ ପ୍ରାତଃ ଆରତୀ ମଧ୍ୟାହ୍ନ ଧୂପ ଏବଂ ସନ୍ଧ୍ୟା ଆରତୀ କରାଯାଇଥିଲା । ଦୀର୍ଘଦିନ ଧରି ସିରିଡି ସାଇଙ୍କ ମନ୍ଦିର ପ୍ରତିଷ୍ଠା ହେବା ପରେ ପ୍ରତିଦିନ ଭକ୍ତଙ୍କ ସଂଖ୍ୟା ବଢିବା ସହ ଜିଲ୍ଲାରେ ଏହା ଏକ ତୀର୍ଥ ସ୍ଥାନରେ ପରିଣତ ହୋଇଛି । ଆଜିର ଏହି କାଯ୍ୟକ୍ରମକୁ ସିରିଡି ସାଇ କମିଟି ଦ୍ୱାରା ପରିଚାଳିତ କରାଯାଇଥିବା ବେଳେ କମିଟିର ସଭାପତି ଶଶାଙ୍କ ମିଶ୍ର, ଗୁରୁଜି କେ ଭି ଆର ପଟ୍ଟନାୟକ, ଇଶ୍ୱର ପ୍ରସାଦ ପଟ୍ଟନାୟକ, ସେବକ ପ୍ରଦ୍ୟୁମ୍ନ ବେହେରା, ସଗାଯୋଗୀ ନାଗେଶ୍ୱର ପଟ୍ଟନାୟକଙ୍କ ସମେତ କମିଟିର ବହୁ ସଦସ୍ୟ ଏବଂ ସଦସ୍ୟା ମାନେ ଆଜିର କାଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜିର ଏହି୧୨ତମ ବାର୍ଷିକ ଉତ୍ସବରେ ଭଜନ ପରିବେଷଣ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
