ନିଜ ଘରର ମୂଲ୍ୟବାନ ଜିନିଷପତ୍ର ପୋଡ଼ି ଯୁବକ ଗିରଫ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ହାଲପୁର ଗ୍ରାମର ଜଣେ ଦଳିତ ଯୁବକ ତାଙ୍କର ବାପା କଟକ ମୁଖ୍ୟ ଚିକିତ୍ସାଳୟରେ ହୃଦ୍ରୋଗରେ ଚିକିତ୍ସିତ ହେଉଥିବାବେଳେ ଏହାର ସୁଯୋଗ ନେଇ ନିଶାଶକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ସହ ନିଜ ଘରେ ଥିବା ଟିଭି, ଫ୍ରିଜ, ଆଲମିରାକୁ କିରାସିନ ଢାଳି ନିଆଁ ଲଗାଇ ଦେବା ଫଳରେ ସମସ୍ତ ମୁଲ୍ୟବାନ ଆସବାବପତ୍ର ପୋଡ଼ିି ପାଉଁଶ ହୋଇ ଯାଇଛି । ଘରୁ ନିଆଁ ଓ ଧୂଆଁ ବାହାରିବାରୁ ସ୍ଥାନୀୟ ଲେକଙ୍କ ଦ୍ୱାରା ଖବର ପାଇ କେନ୍ଦ୍ରାପଡ଼ା ସଦର ପୋଲିସ ବଳରାମ ନାୟକ ନାମକ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡ଼ିଛି ।
