ବନ ବିଭାଗ ଦ୍ୱାରା ମୃତ ଭାଲୁ ଉଦ୍ଧାର
ନୀଳଗିରି : ନୀଳଗିରି ବନ ବିଭାଗ ଦ୍ୱାରା ଗୋଟିଏ ମୃତ ଭାଲୁ ଉଦ୍ଧାର କରାଯାଇଛି । ନୀଳଗିରି ରେଞ୍ଜ ଅଧିନ ଧୋବଶିଳା ବିଟ୍ ଅନ୍ତର୍ଗତ ସାଇଡିଂସାହିର ଥିବା ପରିତ୍ୟକ୍ତ ପଥର ଖାଦାନରେ ଏକ ଭାଲୁ ମରିପଡ଼ିଥିବା ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଂଚି ମୃତ ଭାଲୁକୁ ଉଦ୍ଧାର କରି ବନ ବିଭାଗ ଅଫିସକୁ ଆଣିଥିଲେ । ଭାଲୁଟିର ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି । ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଭାରପ୍ରାପ୍ତ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ପ୍ରକାଶ କରିଛନ୍ତି ।
