୨୦୨୨ରେ ୧୭୨ ଆତଙ୍କବାଦୀଙ୍କୁ ନିପାତ କରିଛି ସୁରକ୍ଷାବଳ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷାବଳର ସ୍ୱତନ୍ତ୍ର ପ୍ରୟାସ ଜାରି ରହିଛି । କଶ୍ମୀର ଏଡିଜିପି କହିଛନ୍ତି ଯେ, କେବଳ କଶ୍ମୀର ଜୋନରେ ୨୦୨୨ରେ ମୋଟ ୯୩ ସଫଳ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ସହ ସଂଘର୍ଷରେ ମୋଟ ୧୭୨ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏଥିରେ ୪୨ ବିଦେଶୀ ଆତଙ୍କବାଦୀ ମଧ୍ୟସାମିଲ ଅଛନ୍ତି ।
କଶ୍ମୀର ଏଡିଜିପି ଟ୍ୱିଟ୍ କରି କହିଛନ୍ତି ଯେ, ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୈୟବା ଓ ଟିଆରଏଫର ସର୍ବାଧିକ ୧୦୮ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହାପରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୩୫, ଏସଏମର ୨୨, ଅବ-ବଦ୍ରର ୪ ଓ ସଂଗଠନର ୩ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଚଳିତ ବର୍ଷ ଆତଙ୍କବାଦୀ ସଂଗନରେ ନୂଆ ଭର୍ତ୍ତି ପୂର୍ବାପେକ୍ଷା ୩୭ ପ୍ରତିଶତ କମିଛି ।
