ନୂତନ ବର୍ଷ ଅବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଜୟପୁର : ଜିଲ୍ଲା ଆଇନ୍ ସେବାପ୍ରାଧିକରଣ ଜୟପୁର ତରଫରୁ ନୂତନ ବର୍ଷ ଉପଲଖେ ଜିଲ୍ଲା କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସତ୍ୟନାରାୟଣ ମିଶ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧଖ୍ୟ ତଥା ଜିଲ୍ଲା ଦୈରାଜଜ୍ ଙ୍କ ଆଦେଶ କ୍ରମେ ନୂତନ ବର୍ଷ ଅବସରରେ ବୃକ୍ଷରୋପଣ କରାଯାଇଛି । ଏଥିରେ ଶ୍ରୀ ରାଜେଶ୍ ଏକ୍କା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ, ଶ୍ରୀ ମହଲତ୍ ଶାହା ଅତିରିକ୍ତ ଜିଲ୍ଲା ଜଜ୍ କୋରାପୁଟ, ଶ୍ରୀ ସି.ଏଚ୍ ବାସୁଦେବ ପାତ୍ର ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର କୋର୍ଟ ପୋକ୍ସ, ଶ୍ରୀ ଦିଲ୍ଲୀପ୍ କୁମାର ସାହୁ ମୂଖ୍ୟ ନ୍ୟାୟଦଣ୍ଡାଧିକାରୀ, ଶ୍ରୀ ଶରତ କୁମାର ଜେନା ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ, ଶ୍ରୀ ସୁମନ ଜେନା ସଚିବ ଜିଲ୍ଲା ଆଇନ୍ ସେବାପ୍ରାଧିକରଣ, ଜୟପୁର, ଶ୍ରୀମତୀ ସୁନନ୍ଦା ପ୍ରଧାନ ଏସ.ଡି.ଜେ.ଏମ୍, କୋରାପୁଟ,ଶ୍ରୀ ଗୟାଧର ପାଣିଗ୍ରାହି ସ୍ପେସିଆଲ୍ ଜେ.ଏମ କୋରାପୁଟ, ପ୍ରଥମଶ୍ରେଣୀ ବିଚାରବିଭାଗିୟ ଶ୍ରୀ ଆଦର୍ଶ କୁମାର ବେହେରା, ଜୟପୁର, ଶ୍ରୀ ଅମ୍ବିକେଶ ପାଣିଗ୍ରାହୀ, ଲଖ୍ମୀପୁର, ବୋରିଗୁମ୍ମା କୋର୍ଟ, ସେମିଲିଗୁଡା଼ କୋର୍ଟ, ଲମତାପୁଟ କୋର୍ଟ, ଏବଂ କୋଟପାଡ଼ କୋର୍ଟର ବିଚାରପତି ମାନେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟରେ ଅଶଂଗ୍ରହଣ କରି ଥିଲେ । ସେମାନେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଥିଲେ । ତା ସହିତ ଜୟପୁର କୋର୍ଟର କର୍ମଚା଼ରୀମାନେ ମଧ୍ୟ ଏଥିରେ ବ୍ରୁଖ୍ୟ ରୋପଣ କରିଥିଲେ ।
