ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ
ମାଲକାନଗିରି : ପିଅନର ଟାଙ୍ଗିଆ ଚୋଟ ରେ ଗୁରୁଜୀ ମୃତ,ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ପରିସରରେ!ଆଜି ନବବର୍ଷ ପାଇଁ ମାଲକାନଗିରି ଜିଲ୍ଲା ସଦର ମହକୁମାର ଚାରିଆଡେ ଉତ୍ସବ ମୁଖର ଥିଲା!ସକାଳୁ ସ୍ଥାନିୟ ଶିଶୁମନ୍ଦିର ର ଗୁରୁଜୀ ନିରାକାର ସେଠି ନିଜ ସାଙ୍ଗ ସାଥି ଓ ଗୁରୁଜୀ, ଗୁରୁମା ମାନଙ୍କ ଘରକୁ ଯାଇ ନବ ବର୍ଷର ଶୁଭେଚ୍ଛା ଜଣାଇବା ପରେ ଦିନ ୧ ୧ ଟା ସମୟରେ ଶିଶୁମନ୍ଦିର କୁ ଯାଇଥିଲେ!ସେଠାରେ ରହୁଥିବା ଶିଶୁମନ୍ଦିର ପିଅନ ନରେଶ କ୍ଷତ୍ରିୟ ଙ୍କୁ ନବବର୍ଷ ର ଶୁଭେଚ୍ଛା ଜଣାଇଥିଲେ!ପରେ କୌଣସି କାରଣରୁ ପିଅନ ରାଗି ଯାଇ ଗୁରୁଜୀ ନିରାକାର ସେଠୀ ଙ୍କ ମୁଣ୍ଡ ପଛ ପଟକୁ ଟାଙ୍ଗିଆ ରେ ପ୍ରହାର କରିଥିଲାI ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଖବର ପାଇଁ ଅନ୍ୟ ଗୁରୁଜୀ ମାନେ ସେଠାରେ ପହଞ୍ଚି ତାଙ୍କୁ ମେଡିକାଲ କୁ ନେଇଥିଲେ!ହେଲେ ସେଠାରେ ସେ ମୃତୁ ବରଣ କରିଥିଲେ!ହତ୍ୟା କରିବା ପରେ ,ଅଭିଯୁକ୍ତ ନରେସ କ୍ଷତ୍ରିୟ ଥାନା କୁ ଯାଇ ଆତ୍ମସମର୍ପଣ କରିଥିଲା!ପୋଲିସ ଥାନାରେ ତାକୁ ଅଟକ ରଖି ପଚରାଉଚରା କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ କୁ ଜବତ କରିଥିବା ସୂଚନା ମିଳିଛି!ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି I
