ଇଂରାଜୀ ନବବର୍ଷରେ ଦେବାଳୟ ମାନଙ୍କରେ ପ୍ରବଳ ଭୀଡ ନନ୍ଦନକାନନ ଓ ଧଉଳୀରେ ମଧ୍ୟ ଲୋକଙ୍କ ଭୀଡ
ଭୁବନେଶ୍ୱର : ଇଂରାଜୀ ନବ ବର୍ଷ ଅବସରରେ ସାରା ରାଜ୍ୟରେ ଦେବାଳୟ ମାନଙ୍କରେ ପ୍ରବଳ ଭୀଡ ଦେଖିବାକୁ ମିଳିଛି । ଲୋକ ମାନେ ଇଂରାଜୀ ନବ ବର୍ଷର ଆରମ୍ଭରେ ଦେବାଳୟ ଯାଇ ପୂଜାର୍ଚନା କରିବା ଦେଖ୍ୱାକୁ ମିଳିଥିଲା । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ରାମ ମନ୍ଦିର ସମେତ ସହରର ବିଭିନ୍ନ ମନ୍ଦିରରେ ଲୋକ ମାନଙ୍କର ଭୀଡ ସକାଳୁ ଜମିବା ଆରମ୍ଭ ହୋଇଥିଲା । ସେହିପରି ନନ୍ନଦନ କାନନ ଓ ଧଉଳୀ ଠାରେ ମଧ୍ୟ ପ୍ରବଳ ଭୀଡ ପରିଲକ୍ଷିତ ହୋଇଛି । କେବଳ ସେତିକି ନୁହେଁ ଭୁବନେଶ୍ୱର ଆଖ ପାଖର ସମସ୍ତ ପିକନିକ ସ୍ଥାନ ମାନଙ୍କରେ ମଧ୍ୟ ପ୍ରବଳ ଭୀଡ ଦେଖିବାକୁ ମିଳିଛି ।
