୯୮% ଲୋକ ଜାଣିନାହାନ୍ତି, ସକାଳେ ଦୌଡ଼ିଲେ ମିଳିଥାଏ ଏହି ୫ଟି ବଡ ଫାଇଦା!
ଆପଣ ଜାଣିଥିବେ ଯେ ସକାଳେ ଦୌଡ଼ିଲେ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ। ଆମ ଶରୀରର ଆକାର ବଦଳାଇବା ପାଇଁ ଦୌଡିବା, ଯୋଗ ଓ ବ୍ୟାୟମ କରିବା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ।ଏହା ଆମର ସବୁ ଅଙ୍ଗ ପାଇଁ ଫାଇଦା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଦୌଡିବା ଦ୍ୱାରା ହେଉଥିବା ସ୍ୱାସ୍ଥ୍ୟ ସମ୍ଭନ୍ଧିତ 5ଟି ଫାଇଦା:-
୧. ଦୌଡିବା ଆମ ଶରୀରର ପ୍ରଭାହକୁ ବଢ଼ିବାରେ ସାହଯ୍ୟ କରିଥାଏ । ଏହି କାରଣରୁ ଆପଣଙ୍କ ମସ୍ତିସ୍କକୁ ଅକ୍ସୀଜେନ ଓ ପୋଷାକ ତତ୍ୱ ମିଳିଥାଏ। ଯାହା ଆପଣଙ୍କୁ କାମ ଉପରେ ଧ୍ୟାନ ରହିବା ପାଇଁ ସକ୍ଷମ ବନାଇଥାଏ ।
୨.ଦୌଡିବା ଦ୍ୱାରା ଆମର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ମନକୁ ତାଜା ରଖିବା ସହିତ ରୋଗଠାରୁ ଦୁରେଇ ରଖିଥାଏ । ତେଣୁକରି ସକାଳେ ଦୌଡିବା ଉଚିତ ।
୩. ଆପଣ ନିୟମିତ ରୂପରେ ଦୌଡିବା ଦ୍ୱାରା ଗଣ୍ଠି ସମ୍ଭନ୍ଧିତ ରୋଗ ହେବାର ବିପଦକୁ କମ୍ କରିଥାଏ। ହାଡ ଓ ମାଂସପେଶୀକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।
୪. ଚିନ୍ତା କରିବା ଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟା ହୋଇଥାଏ।ଏଥିସହିତ ଭୋକ ଓ ନିଦ ବି କମ୍ ଆସିବାରେ ଲାଗିଥାଏ । ଯେବେ ଆପଣ ଦୌଡ଼ିଥାନ୍ତି ତ ଆପଣ ଶରୀରରୁ ବହୁତ ଶକ୍ତି ପ୍ରୟୋଗ କରିଥାନ୍ତି। ଦୌଡିବା କିମ୍ବା ଯୋଗ ସାହାଯ୍ୟରେ ଚିନ୍ତା ଓ ମୁଣ୍ଡବ୍ୟଥା ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ ।
୫. ଦୌଡିବା ଦ୍ୱାରା ହାର୍ଟର ବେଗ ବଢ଼ିବାରେ ଲାଗିଥାଏ । ଏହି କାରଣରୁ ଫୁସଫୁସ ବହୁତ ବେଗରେ କାମ କରିଥାଏ । ଏହା ଦ୍ୱାରା ଫୁସଫୁସର ମାଂସପେଶୀ ଶକ୍ତ ହୋଇଥାଏ ଓ ନିଶ୍ୱାସ ସମ୍ଭନ୍ଧିତ ରୋଗକୁ ଶରୀରରୁ ଦୁରେଇଥାଏ ।
