୯୫ତମ ଓସ୍କାର୍ ପୁରସ୍କାର ଘୋଷଣା : ଏଠାରେ ଦେଖନ୍ତୁ ବିଜେତାଙ୍କ ତାଲିକା
ମୁମ୍ବାଇ : ଏଣ୍ଟରଟେନମେଣ୍ଟ ଦୁନିଆର ସବୁଠାରୁ ବଡ ଆଓ୍ବାର୍ଡ ଓସ୍କାର । ଏହି ଆଓ୍ବାର୍ଡକୁ ପାଇବା ନେଇ ସମସ୍ତ କଳାକାରଙ୍କ ସ୍ବପ୍ନ ରହିଥାଏ । ୧୯୨୯ମସିହା ମେ ୧୬ରେ ରୁଜଭେଲ୍ଟ ହୋଟେଲରୁ ଆରମ୍ଭ ହୋଇଥିଲା ଏହି ଓସ୍କାର ଆଓ୍ବାର୍ଡ ।
୨୦୨୩ ଅର୍ଥାତ ୯୫ତମ ଓସ୍କାର୍ ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଟିଏ ଫିଲ୍ମ ୭ଟି ପୁରସ୍କାର ହାତେଇ ଥିବା ବେଳେ ଭାରତ ଦୁଇଟି ବଡ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛି । ଏସଏସ ରାଜମୌଲିଙ୍କ ଫିଲ୍ମ ଆରଆରଆର ଫିଲ୍ମର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ୍ ସଙ୍ଗ କାଟାଗୋରୀରେ ଓସ୍କାର ପୁରସ୍କାର ଜିତିଛି । ଏଥିସହିତ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କ୍ୟାଟେଗୋରୀରେ କାର୍ତ୍ତିକ ଗୋନସାଲଭେସଙ୍କ ନିର୍ଦ୍ଧେଶିତ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍’କୁ ସମ୍ମାନୀତ କରାଯାଇଛି।
ଚଳିତବର୍ଷର ଓସ୍କାର ବିଜେତାଙ୍କ ତାଲିକା…
ସର୍ବୋତ୍ତମ ଚଳଚ୍ଚିତ୍ର :- ଏଭ୍ରିଥିଙ୍ଗ୍ ଏଭ୍ରିହ୍ୱେୟାର୍ ଅଲ୍ ଏଟ୍ ୱାନ୍ସ (Everything Everywhere All at Once )।
ସର୍ବଶ୍ରେଷ୍ଠ ଅଭିନେତ୍ରୀ :- ମିଶେଲ ୟେହ (ଏଭ୍ରିଥିଙ୍ଗ୍ ଏଭ୍ରିହ୍ୱେୟାର୍ ଅଲ୍ ଏଟ୍ ୱାନ୍ସ )।
ସର୍ବଶ୍ରେଷ୍ଠ ଅଭିନେତା :- ବ୍ରେଡନ୍ ଫ୍ରେଜର (ଦ ହ୍ୱେଲ୍ (the whale))।
ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ :- ଡାନିୟଲ୍ (ଏଭ୍ରିଥିଙ୍ଗ୍ ଏଭ୍ରିହ୍ୱେୟାର୍ ଅଲ୍ ଏଟ୍ ୱାନ୍ସ )।
ସର୍ବଶ୍ରେଷ୍ଠ ଫିଲ୍ମ ସଂପାଦନ :- ଏଭ୍ରିଥିଙ୍ଗ୍ ଏଭ୍ରିହ୍ୱେୟାର୍ ଅଲ୍ ଏଟ୍ ୱାନ୍ସ।
ସର୍ବଶ୍ରେଷ୍ଠ ମୂଳ ଗୀତ :- ଆରଆରଆର (RRR)ର ନାଟୁ–ନାଟୁ ।
ବେଷ୍ଟ ସାଉଣ୍ଡ :- ଟପ୍ ଗନ : ମେବରିକ୍ ।
ସର୍ବଶ୍ରେଷ୍ଠ ରୂପାନ୍ତରିତ ପଟ୍ଟକଥା :- ଓମେନ୍ ଟକିଙ୍ଗ୍ ।
ସର୍ବଶ୍ରେଷ୍ଠ ମୂଳ ପଟ୍ଟକଥା :- ଏଭ୍ରିଥିଙ୍ଗ୍ ଏଭ୍ରିହ୍ୱେୟାର୍ ଅଲ୍ ଏଟ୍ ୱାନ୍ସ (ଡାନିୟଲ୍ କ୍ବାନ ଏବଂ ଡାନିୟଲ୍ ଶାଇନର୍ଟ)।
ସର୍ବଶ୍ରେଷ୍ଠ ଦୃଶ୍ୟ ପ୍ରଭାବ :- ଅବତାର;ଦ ଓ୍ବେ ଅଫ୍ ଓ୍ବାଟର୍ ।
ସର୍ବଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍ :- ଅଲ୍ କୁଇଟ୍ ଅନ୍ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ (All Quiet on the western front ) ।
ସର୍ବଶ୍ରେଷ୍ଠ ମୂଳ ସ୍କୋର୍ :- ଅଲ୍ କୁଇଟ୍ ଅନ୍ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ।
ସର୍ବଶ୍ରେଷ୍ଠ ଏନିମେଟେଡ୍ ଲଘୁ ଫିଲ୍ମ :- ଦ ବୟ ଦ ମଲ୍ ଦ ଫକ୍ସ ଆଣ୍ଡ ଦ ହର୍ସ (the boy the mole the fox and the horse ) ।
ବେଷ୍ଟ ଡକ୍ୟୁମେଣ୍ଟ୍ରି ସର୍ଟ ଫିଲ୍ମ :- ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍’ ।
ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନ :- ବ୍ଲାକ ପେନ୍ଥର।
ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ :- ଅଲ୍ କୁଇଟ୍ ଅନ୍ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ ।
ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ :- ଜମି ଲି କୁର୍ଟିସ୍ (ଏଭ୍ରିଥିଙ୍ଗ୍ ଏଭ୍ରିହ୍ୱେୟାର୍ ଅଲ୍ ଏଟ୍ ୱାନ୍ସ ) ।
ସର୍ବଶ୍ରେଷ୍ଠ ସହାୟକ ଅଭିନେତା :- କେ ହୁଇ କ୍ବାନ୍ (ଏଭ୍ରିଥିଙ୍ଗ୍ ଏଭ୍ରିହ୍ୱେୟାର୍ ଅଲ୍ ଏଟ୍ ୱାନ୍ସ ) ।
