ଅବକାରୀ ବିଭାଗର ଚଢ଼ାଉ : ୯୫ଲିଟର ଦେଶୀ ମଦ ଜବତ, ୪ ଗିରଫ
ନୀଳଗିରି : ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ବରହମପୁର ଥାନା ଅଧିନସ୍ଥ ଖଡ଼ିଚୁଆ ଓ ସ୍ୱୟମ୍ବରଡୁବା ଗ୍ରାମରେ ଚଢ଼ାଉ କରି ୯୫ଲିଟର ଦେଶି ମଦ ଜବତ କରିଥିବା ବେଳେ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛନ୍ତି । କିସୁନ ମୁର୍ମୁ (୪୪), ସିଂଘ ମାରାଣ୍ଡି (୪୦), ଅନିନ୍ତା ମାରାଣ୍ଡି (୩୯), ଆର୍ସି ସରେନ (୪୫)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଚଢ଼ାଉରେ ନୀଳଗିରି ଅବକାରୀ ଓଆଇସି ବିଶ୍ୱନାଥ ପରିଡ଼ା, ପିଙ୍କି ମାରାଣ୍ଡି, ଦେବାଶିଷ ମଲିକ, ଜୟମାଧବ ଦାସପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।
