ଯାତ୍ରୀଙ୍କ ପାଇଁ ବଡ଼ଖବର : ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ଅଣସଂରକ୍ଷିତ ଟିକେଟରେ ଯାତ୍ରାକୁ ଅନୁମତି
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ୦୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବାପାଇଁ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି । ନଭେମ୍ବର ମାସ ପହିଲା ଠାରୁ ପୂର୍ବ ତଟ ରେଳପଥ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ରେ ଥିବା ସମ୍ପୂର୍ଣ ସଂରକ୍ଷିତ କୋଚ ମାନଙ୍କ ମଧ୍ୟରୁ ପ୍ରତ୍ୟକ ତିନିଟି ଲେଖା କୋଚକୁ ଅଣସଂରକ୍ଷିତ କରାଯାଇଛି ଏବଂ ଏହା ସହିତ ଗାର୍ଡ ତଥା ଲଗେଜ ଭ୍ୟାନ କୋଚ ଗୁଡିକୁ ମଧ୍ୟ ଅଣସଂରକ୍ଷିତ ଯାତ୍ରା ପାଇଁ ଉପଲବ୍ଧ କରାଯାଇଅଛି । ଏହି ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ମେଲ୍ / ଏକ୍ସପ୍ରେସ୍ ଭଡା ଆଦାୟ ହେବ ।
ଏହି ଟ୍ରେନ୍ ଗୁଡିକ ହେଲା – ୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ, ୦୮୫୬୯/୦୮୫୭୦ ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଂଟର ସିଟି ବିଶେଷ ଟ୍ରେନ, ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ , ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଂଟର ସିଟି ବିଶେଷ ଟ୍ରେନ , ୦୮୫୦୭/୦୮୫୦୮ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ଓ ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ ଉପରୋକ୍ତ ଟ୍ରେନ ଗୁଡିକ ସହିତ, ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ କୁ ସଂପୂର୍ଣ୍ଣ ଅଣସଂରକ୍ଷିତ ଟ୍ରେନ୍ ଭାବରେ ନଭେମ୍ବର ମାସ ପହିଲା ଠାରୁ ଚଳାଚଳ କରାଇବାକୁ ମଧ୍ୟ ନିଷ୍ପତି ନିଆଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା ୦୮୫୩୧/୦୮୫୩୨ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ ,୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ ଓ୦୩. ୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ବିଶେଷ ଟ୍ରେନ ।
