ରାଜ୍ୟରେ ଆଉ ୮୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦୦ ତଳେ ରହୁଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୧୦ଜଣ ଥିବା ବେଳେ ବରଗଡ଼ରୁ ୨ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୧୧ଜଣ, ଦେଓଗଡ଼ରୁ ଜଣେ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୨ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୩ଜଣ, କେନ୍ଦୁଝରରୁ ୨ଜଣ, ଖୋର୍ଦ୍ଧାରୁ ୧୬ଜଣ, ମୟୁରଭଞ୍ଜରୁ ୩ଜଣ, ନୟାଗଡ଼ରୁ ୨ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୨ଜଣ, ସୁନ୍ଦରଗଡ଼ରୁ ୧୬ଜଣ ଓ ରାଜ୍ୟ ପୁଲ୍ରୁ ୩ଜଣ ରହିଛନ୍ତି ।
ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୩୪,୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୮୮ଟି ସକ୍ରିୟ ମାମଲା ରହିଥିବା ବେଳେ ୧୩,୨୫,୦୩୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୩୬,୫୩,୧୭୮ସାମ୍ପୁଲ ପରୀକ୍ଷା ହୋଇଛି ।
