ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ! ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ୮୦ ହଜାର ଟଙ୍କା ଚୋରୀ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
ନୀଳଗିରି : ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୮୦ଜହାର ଟଙ୍କା ଚୋରି କରି ଘରେ କଳାକନା ବୁଲାଇ ଦେଇଛନ୍ତି । ପରିବାର ଲୋକେ ଘରେ ପହଞ୍ôଚବା ପରେ ଏସବୁ ଅଘଟଣ ଦେଖିବାକୁ ପାଇ ପୋଲିସର ଅଭିଯୋଗ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ, ନୀଳଗିରି ଏନ୍ଏସିର ଘାଟଘରସାହି ଗ୍ରାମର ମନୋରଞ୍ଜନ ବେହେରାଙ୍କ ଘରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ମନୋରଞ୍ଜନଙ୍କ ପରିବାର ଏକ ବିବାହ ଉତ୍ସବରେ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୮୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହେବା ପରେ ନୀଳଗିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସନ୍ଧାନୀକୁକୁର ଓ ସାଇଣ୍ଟିଫିକ୍ ଟିମ୍କୁ ଆଣି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି । ସୂଚନାଥାଉକି ମନୋରଞ୍ଜନ ବେହେରା ଭାଜପାର ପ୍ରମୁଖ କାର୍ଯ୍ୟକର୍ତ୍ତା ଥିବାବେଳେ ଖବର ପାଇ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ଘଟଣାକୁ ଗୁରୁତ୍ୱର ସହ ନେବା ପାଇଁ ପୋଲିସକୁ ପରାମର୍ଶ ଦେଇଛନ୍ତି ।
