ବିଶ୍ୱକପ ହକି ଅବସରରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିନରେ ୮ଟି ମ୍ୟାଚ ଅନୁଷ୍ଠିତ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ଓ ପୋଲିସ ପେରେଡ ପଡିଆରେ ବିଶ୍ୱକପ ହକି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିନରେ ୮ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ଓ ବାରିପଦା ଷ୍ଟାଡିୟମ ପଡିଆରେ ବେତନଟୀ ବ୍ଲକ ବାରିପଦା ବ୍ଲକକୁ ୪ – ୩ ଗୋଲରେ, ରରୁଆଁ ବ୍ଲକ ବହଳଦା ବ୍ଲକକୁ ୭- ୬ ଗୋଲରେ, ଉଦଳା ବ୍ଲକ ରାଇରଙ୍ଗପୁର ବ୍ଲକକୁ ୪ – ୦ ଗୋଲରେ ଏବଂ ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟା ବ୍ଲକକୁ ୧ – ୦ ଗୋଲରେ ପରାସ୍ତ କରି କ୍ୱାଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଓ ସେହିପରି ପୋଲିସ ପଡିଆରେ ଗୋପବନ୍ଧୁନଗର ବ୍ଲକ ଶୁକୃଳି ବ୍ଲକକୁ ୬-୧ ଗୋଲରେ, କରଂଜିଆ ବ୍ଲକ ଜାମଦା ବ୍ଲକକୁ ୪-୧ ଗୋଲରେ, ତିରିଂ ବ୍ଲକ ସରସକଣା ବ୍ଲକକୁ ୩-୦ ଗୋଲରେ ଓ କୁସୁମୀ ବ୍ଲକ ବଡ଼ସାହି ବ୍ଲକକୁ ୩-୧ ଗୋଲରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି ଓ ଆଜିର ଖେଳରେ ବରିଷ୍ଠ ଫୁଟବଲ ଖେଳାଳି ଅମୁଲ୍ୟ କୁମାର ପତି ଓ ମୟୁରଭଂଜ ଏଥଲେଟିକ ଆସୋସିଏସନର ଫୁଟବଲ ସହ ସମ୍ପାଦକ ଅମର କୁମାର ସେଠି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I
