ଦୀପାବଳିରେ ୭୫ ହଜାରଙ୍କୁ ମିଳିବ ଚାକିରି
ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ୨୨ ଅର୍ଥାତ୍ ଧନତେରାସ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ଲକ୍ଷଙ୍କୁ ଚାକିରି ଉପଲବ୍ଧ କରାଇବା ପାଇଁ ‘ରୋଜଗାର ମେଳା’ ଲଞ୍ଚ କରିବାକୁ ଯାଉଛନ୍ତି । ଏହି ରୋଜଗାର ମେଳା ଅନ୍ତର୍ଗତ ପ୍ରଥମ ଚରଣରେ ୭୫ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯିବ । ନିଯୁକ୍ତ ହୋଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ।
୭୫ ହଜାର ଲୋକଙ୍କୁ ସରକାର ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗରେ ନିଯୁକ୍ତ କରିବେ । ଏଥିରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସେସ, କନେଷ୍ଟବଳ, ଏଲଡିସି, ଷ୍ଟେନୋ ପୀଏ, ଇନକମଟେକ୍ସ ଇନ୍ସପେକ୍ଟର, କନେଷ୍ଟବଳ ଓ ଏମଟୀଏସ ଭଳି ପଦ ସାମିଲ ରହିଛି । ଯଥାଶୀଘ୍ର ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଚୟନ ପ୍ରକ୍ରିୟାକୁ ସରଳ କରାଯାଇଛି ଏବଂ ତାକୁ ଟେକ୍ନୋଲୋଜୀ ସହ ଯୋଡ଼ା ଯାଇଛି ।
