ରାଜ୍ୟରେ ୭ ହଜାର ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : ରାଜ୍ୟରେ ୧୧ ହଜାର ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ରାଜ୍ୟ ସରକାର ଏକା ଥରକେ ୭ହଜାର ଶିକ୍ଷକଙ୍କ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବାକି ୪ ହଜାର ପଦବୀ ପାଇଁ ଚଳିତ ମାସ ଶେଷରେ ସୁଦ୍ଧା ପୁନର୍ବାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ଡିସେମ୍ବର ମାସ ମଧ୍ୟରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବେ ୧୧ହଜାର ୪୦୦ ନିଯୁକ୍ତି ବିଜ୍ଞପ୍ତି ବାହାରିଥିଲା । ଯେଉଁ ଥରେ ୭ହଜାର ଶିକ୍ଷକ ନିଯୁକ୍ତି ପାଇଛନ୍ତି । ବାକି ୪ହଜାର ପାଇପାରିଲେ ନାହିଁ। ଏଥିଲାଗି ପୁନର୍ବାର ଏକ ସପ୍ତାହ ମଧ୍ୟରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବ। ସରକାର ଭାରତରେ ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
୫-ଟି ସ୍କୁଲ ରୂପାନ୍ତରିତ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବ। କେଉଁ ସ୍କୁଲରେ କେତେ ପଦବୀ ଖାଲି ରହିଛି ତାହା ଡିଇଓ ଏବଂ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଗୋଟିଏ ପଟେ ସ୍କୁଲ ଭିତ୍ତିଭୂମି ସୃଦୃଢ ହେଉଥିବାବେଳେ ଅନ୍ୟପଟେ ପ୍ରଥମ ଥର ଲାଗି ଓଡି଼ଶା ଶିକ୍ଷା ଇତିହାସରେ ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପ ନେଇଛନ୍ତି । ଯେଉଁ ବିଦ୍ୟାଳୟ ଗୁଡିକରେ ହିନ୍ଦୀ ସଂସ୍କୃତ ପିଇଟି ଟିଜିଟି ଆର୍ଟସ ସାଇନ୍ସ ଶିକ୍ଷକ ପଦବୀ ଖାଲି ରହିଛି ତାହାର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।
