କଫ ସିରପ୍ ଯୋଗୁଁ ୬୬ ପିଲାଙ୍କ ମୃତ୍ୟୁ, ଡବ୍ଲୁଏଚ୍ଓ ଜାରି କଲା ଚେତାବନୀ
ନୂଆଦିଲ୍ଲୀ : ଭାରତରେ ଔଷଧ କମ୍ପାନୀ ମେଡେନ୍ ଫାର୍ମାସିଟିକଲ୍ସ ଦ୍ବାରା ନିର୍ମିତ କଫ୍ ସିରପକୁ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ। ୪ଟି କଫ୍ ସିରପକୁ ନେଇ ସତର୍କ ସୂଚନା ଦାରି କରାଯାଇଛି। ଏହି କଫ ସିରପ୍ ଯୋଗୁଁ ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ଡବ୍ଲୁଏଚ୍ଓ ଭାରତରେ ପ୍ରସ୍ତୁତ ଏହି କଫ ସିରପ୍ ଅପମିଶ୍ରିତ ହୋଇପାରେ ବୋଲି କହିଛି। ଡବ୍ଲୁଏଚ୍ଓ ଏହି ଚାରି କଫ ସିରପର ଯାଞ୍ଚ୍ ଆରମ୍ଭ କରିଛି । ଡବ୍ଲୁଏଚ୍ଓର ଚେତାବନୀ ପରେ ଭାରତୀୟ ସରକାର ମଧ୍ୟ ଏହି ଚାରି କଫ ସିରପର ଯାଞ୍ଚ୍ ଆରମ୍ଭ କରିଛନ୍ତି । ସେହିପରି ଅନ୍ୟ ଦେଶକୁ ଏଗୁଡ଼ିକ ରପ୍ତାନୀ ହୋଇଥିବା ତେଣୁ ସତର୍କ ରହିବାକୁ ହୁ କହିଛି। ତା ସହିତ ଏହି କଫ ସିରଫ ନେଇ ଭାରତର ଔଷଧ ନିୟନ୍ତ୍ରଣ ବିଭାଗ ସହ ମିଶି ହୁ ତଦନ୍ତ କରୁଛି ବୋଲି ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ଲାବୋରେଟୋରୀ ପରୀକ୍ଷଣ ସମୟରେ ଭାରତର ଏହି ଚାରି କଫ ସିରପ ନମୁନାରେ ଅତ୍ୟଧିକ ପରିମାଣର ଡାଇଥାଇଲନ୍ ଗ୍ଲାଇକଲ୍ ଏବଂ ଇଥିଲିନ୍ ଗ୍ଲାଇକଲ୍ ମିଳିଥିଲା ବୋଲି ଡବ୍ଲୁଏଚ୍ଓ ଏହାର ଏକ ରିପୋର୍ଟରେ ଏହା କହିଛି । ଡବ୍ଲୁଏଚ୍ଓ ଏହାର ଚେତାବନୀରେ କହିଛି ଯେ ଏହି ବିବାଦୀୟ ଦ୍ରବ୍ୟ ଏପର୍ଯ୍ୟନ୍ତ କେବଳ ଗାମ୍ବିଆରେ ହିଁ ମିଳିଛି । ଏହି କଫ ସିରପ୍ ଅନ୍ୟ ଦେଶକୁ ମଧ୍ୟ ବିଚରଣ କରାଯିବା ସମ୍ଭାବନା ଥିଲା ।
"#Cholera is deadly, but it’s also preventable and treatable. With the right planning and action, we can reverse this trend"-@DrTedros
— World Health Organization (WHO) (@WHO) October 5, 2022
ଡବ୍ଲୁଏଚ୍ଓ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ଚାରି କଫ ସିରପ ଯୋଗୁଁ “ଗୁରୁତର କିଡନୀ ସମସ୍ୟା ଏବଂ ୬୬ ପିଲାଙ୍କ ମୃତ୍ୟୁର କାରଣ ହୋଇଛି। ଯେଉଁ ୪ କଫ ସିରପ୍ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ସେଗୁଡ଼ିକ ହେଲା – ପ୍ରୋମେଟାଜାଇନ୍ ଓରାଲ୍ ସଲ୍ୟୁସନ୍, କୋଫାକ୍ସମାଲିନ୍ ବେବି କଫ ସିରପ୍, ମାକଫ୍ ବେବି କଫ ସିରପ୍ ଏବଂ ମ୍ୟାଗ୍ରିପ୍ ଏନ କୋଲ୍ଡ ସିରପ୍ ।
