ବାଲେଶ୍ୱରରେ ୬୩ତମ ପୋଲିସ୍ ସହିଦ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ପୋଲିସ୍ ପ୍ରଶାସନ ପକ୍ଷରୁ ୬୩ତମ ପୋଲିସ୍ ସହିଦ ଦିବସ ପାଳିତ ହୋଇଯାଇଛି । ପୋଲିସ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ପୂର୍ବାଂଚଳ ରେଞ୍ଜ ଆଇ.ଜି. ହିମାଂଶୁ ଲାଲ ପୋଲିସ୍ ପତାକା ଉତୋଳନ କରିବାପରେ ପୋଲିସ୍ ବ୍ୟାଣ୍ଡର ଧୁନ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ଉଦ୍ବୋଧନ ଦେଇ ୧୯୫୯ ମସିହା ଓ ଅକ୍ଟୋବର ୨୧ ତାରିଖ ଦିନ ଚୀନ୍ ସେନାର ଆକ୍ରମଣରେ ୧୦ଜଣ ଭାରତୀୟ ସିଆରପିଏଫ୍ ଜୱାନ୍ ସହିଦ୍ ହୋଇଥିବାରୁ ସେମାନଙ୍କ ସ୍କୃତିରେ ସହିତ ଦିବସ ସାରା ଦେଶରେ ପୋଲିସ୍ ବାହିନୀ ପକ୍ଷରୁ ପାଳନ ହେଉଥିବା ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବାଂଚ ରେଞ୍ଜ ଆଇ.ଜି ବିଭିନ୍ନ ରାଜ୍ୟରେ ଗତ ଏକବର୍ଷ ମଧ୍ୟରେ ସହିଦ ହୋଇଥିବା ପୋଲିସ କର୍ମଚାରୀ, ସିଆପିଏଫ୍, ବିଏସଏଫ୍ ଓ ସିଆଇଏସଏଫ୍ର ସହିତ ଜୱାନମାନଙ୍କ ନାମ ପାଠ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ସହିଦ୍ ଦିବସ ଅବସରରେ ଦେଇଥିବା ବାର୍ତା ପାଠ କରିଥିଲେ । ପରେ ପୋଲିସ୍ ସହିଦ୍ ସ୍ମୃତି ସ୍ତମ୍ଭରେ ପୋଲିସ୍ ଅଧିକାରୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲା ଆରକ୍ଷୀ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମରେଶ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଅନୀଲ କୁମାର ପ୍ରଧାନ, ସିଟି ଡିଏସପି ଗାୟତ୍ରୀ ପ୍ରଧାନ, ପିସିଆର ସେଲ୍ ଡିଏସପି ବଳରାମ ନାୟକ, ଆଇୟୁସିଏ ଡବ୍ଲ୍ୟୁ ଡିଏସପି କ୍ଷୀତିଶ କୁମାର ଜେନା, ଆଇଏଏଚଟିୟୁ ହେଡ୍ କ୍ୱାଟର୍ସ ଡିଏସପି ମାନସକ କୁମାର ଦେଓ, ଡିଏସପି ହେଡ୍ କ୍ୱାଟର୍ସ ଆଲୋକ ରଞ୍ଜନ ରାୟ, ଡିଆଇବିର ଡିଏସପି ବ୍ରଜେଶ୍ୱରୀ ବଳ, ଡିଏସପି ବ୍ରଜମୋହନ ପ୍ରଧାନ, ବିସିଆରଡିର ଇନ୍ସପେକ୍ଟର ମୀନା ବିନ୍ଧାଣୀ, ଏଚଆରପିସି ଇନ୍ସପେକ୍ଟର ରଶ୍ମୀରେଖା ମହାଳିକ, କ୍ରାଇମ ଇନ୍ସପେକ୍ଟର ବିଶ୍ୱଜ ରାଉତରାୟ, ଇନ୍ସପେକ୍ଟର ପର୍ଶୁରାମ ସାହୁ, ଶୁଭ୍ରାଂଶୁ ଶେଖର ନାୟକ, ଟ୍ରାଫିକ୍ ଥାନା ଇନ୍ସପେକ୍ଟର ପ୍ରେମପ୍ରଜ୍ଞା ମହାନ୍ତି, ସଦସ ଏସଡିପିଓ ଶଶାଙ୍କ ଶେଖର ବେଉଆ, ନୀଳଗିରି ଏସଡିପିଓ ରିତେଶ କୁମାର ମହପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ରାରେଡ୍ରେ ରିଜର୍ଭ ଇନ୍ସପେକ୍ଟର ବିରେନ୍ କୁମାର ବେହେରା ପ୍ୟାରେଡ ପରିଚାଳନା କରିଥିବା ବେଳେ ଅନ୍ୟତମ ରିଜର୍ଭ ଇନ୍ସପେକ୍ଟର ସାଧାଇ ଶଙ୍କର ଟୁଡୁ ପ୍ୟାରେଡ ପରିଚାଳନାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ପୌରପାଳିକାର ଚେୟାରମ୍ୟାନ୍ ଉପସ୍ଥିତ ରହିଥିଲେ ।
