ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପେ୍ଲକ୍ସ ନିର୍ମାଣର ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ
କ୍ରିକେଟ ଷ୍ଟାଡିୟମ୍, ଜିମ୍ନାସିଅମ୍ ଓ ସ୍ୱିମିଂ ପୁଲ୍ ନିର୍ମାଣ ସଂପୂର୍ଣ୍ଣ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ନିର୍ମିତ ହେଉଥିବା ଏହି କ୍ରୀଡା କମ୍ପେ୍ଲକ୍ସ ରେ କ୍ରିକେଟ ଷ୍ଟାଡିୟମ୍, ମଲ୍ଟି ପରପସ୍ ଇଣ୍ଡୋର ହଲ୍ ଓ ସ୍ୱିମିଂ ପୁଲ ନିର୍ମାଣ କରା ଯାଉଛି । ମଲ୍ଟି ପରପସ୍ ଇଣ୍ଡୋର ହଲ୍ ରେ ବକ୍ସିଂ, ରେସ୍ଲିଂ, ଜିମ୍ନା ସିଅମ୍ , ଟେବୁଲ ଟେନିସ ଆଦି କ୍ରୀଡା ର ସୁବିଧା କରାଯାଉଛି । ଏହା ସହିତ ଏକ ୧୦୦ ସିଟ ବିଶିଷ୍ଟ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଉଛି । ୨୦୧୮ ରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିଲେ ।
ସମୀକ୍ଷାରୁ ଜଣାଯାଇଛି ଯେ କ୍ରିକେଟ ଷ୍ଟାଡିୟମ୍, ସନ୍ତରଣାଗାର ଓ ଜିମ୍ନାସିୟମ୍ ର କାମ ସମ୍ପୂର୍ଣ୍ଣ ହୋଇଛି । ଖୁବ୍ ଶିଘ୍ର ଏହି ଷ୍ଟାଡିୟମ୍ ଲୋକାର୍ପିତ ହେବ । ପୁରୀକୁ ଏକ ବିଶ୍ୱ ସ୍ତରୀୟ ଐତିହ୍ୟ ସ୍ଥଳ ରେ ରୂପାନ୍ତର କରିବା ପାଇଁ ଏହି କ୍ରୀଡା କମ୍ପେ୍ଲକ୍ସ ର ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି । ଏତଦବ୍ୟତୀତ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ,ମ୍ୟୁନିସପାଲ ମାର୍କେଟ୍ କମ୍ପେ୍ଲକ୍ସ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ ।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ହେରିଟେଜ୍ କରିଡର , ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଲଭ ପରିଦର୍ଶନ କରି ସମିକ୍ଷା କରିଥଲେ । ପ୍ରତି ଶନିବାର ପୁରୀ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ଶ୍ରୀ ପାଣ୍ଡିଆନ୍ ଆଜି ପୁଣି ପୁରୀ ଯାଇ ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଶ୍ରୀ ପଣ୍ଡିଆନ ଙ୍କ ସହିତ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
