ବଡ଼ଖୋଳିଆରେ ୫୧ କୁଣ୍ଡୀୟ ଯଜ୍ଞ ଓ ପ୍ରବଚନ
ଲଙ୍ଗଳେଶ୍ୱର : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ପଞ୍ଚାୟତର ବଡ଼ଖୋଳିଆ ବିଦ୍ୟାଳୟ ପରିସରରେ ରବିବାର ୫୧ କୁଣ୍ଡୀୟ ଯଜ୍ଞ ଓ ପ୍ରବଚନ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମରେ ସାମିଲ ହେଇ ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ପ୍ରବଚନରେ ବିମୋହିତ ଶ୍ରୋତା ସୁରେଶ କୁମାର ପାଣିଙ୍କ ନେତୃତ୍ୱରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା । ଭଗବାନ ସାହୁ, ପଦ୍ମଲୋଚନ ସ୍ୱାଇଁ, ବସନ୍ତ କୁମାର ଘଣ୍ଟି, ହରିପଦ କରଣ, ରମାକାନ୍ତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।
