୫୦୦ ବୋତଲ ଜିଞ୍ଜର ଜବତ, ଦୁଇ ଗିରଫ
ବାଲେଶ୍ୱର/ସୋର : ବାଲେଶ୍ୱର ଜିଲା ଅବକାରୀ ବିଭାଗ ମୋବାଇଲ ୟୁନିଟର ଇନ୍ସପେକ୍ଟର ଗାଲୁରାମ ସୋରେନ୍ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୋମବାର ସୋର ଥାନା ଅନ୍ତର୍ଗତ ବାଲିପୁର ଗ୍ରାମ ନିକଟରୁ ଓଡି ୦୯ କ୍ୟୁ – ୩୯୨୬ ନମ୍ବର ବିଶିଷ୍ଟ ପିକ୍ଅପ୍ ଭ୍ୟାନ୍କୁ ଖାନ୍ ତଲାସ କରାଯାଇ ୫୦୦ ବୋତଲ ବେଆଇନ୍ ଜିଞ୍ଜର ଜବତ କରାଯାଇଛି । ଏହି ଘଟଣାରେ ନିରଞ୍ଜନ ମଲ୍ଲିକ ଓ ସଞ୍ଜୟ ମଲ୍ଲିକଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ୧୮୯/୨୨-୨୩ ଏତଲା ମୂଳେ ମାମଲା ରୁଜୁ କରାଯାଇ ଆଶାମୀମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉବେଳେ ଅବକାରୀ ସବ୍ ଇନ୍ସପେକ୍ଟର ସୁରଜ କୁମାର ଟିଗା, ବିଦ୍ୟାଧନ ବିନ୍ଧାଣୀ, ରଶ୍ମିରେଖା ପାତ୍ର ପ୍ରମୁଖ ପ୍ରସ୍ତୁତ ରହିଥିଲେ ।
