ବଲାଙ୍ଗିର ଅବକାରୀ ବିଭାଗ ଚଢାଉ କରି ୫୦ ବସ୍ତା ମହୁଲ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ କଲେ
ବଲାଙ୍ଗିର : ବଲାଙ୍ଗିର ଅବକାରୀ ବିଭାଗ ଓ ବଲାଙ୍ଗିର ସଦର ପେଟ୍ରୋଲିଂ ଟିମ୍ ର ମିଳିତ ସହଯୋଗରେ ଆଜି ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ସଲମା ପା ଲି ଗାଁ ପାଖ ଜଙ୍ଗଲ ରେ ଚଢାଉ କରାଯାଇ ପ୍ରାୟ ୫୦ ବସ୍ତା ମହୁଲ ପୋଚ ଜବତ କରାଯାଇଛି । ଏଥିସହ ମାଦକ ଦ୍ରବ୍ୟ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ । ଜବତ ମହୁଲର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ କାହାରିକୁ ଗିରଫ କରାଯାଇ ପାରି ନଥିବା ପ୍ରକାଶ ।
