୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ
ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦିଲି ପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ପୋଲିସ ପେୋଟ୍ରଲିଂ ସମୟରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ପୋଲିସ ଗୋବିନ୍ଦପାଲି ଓ ବାଲିମେଳା ଜାତୀୟ ରାଜପଥରେ ଯାନବାହାନ ଚେକ୍ କରୁଥିଲେ । ଏହି ସମୟରେ ଏକ ଟାଟା ଜ଼ଏସ୍ଟି କାର୍ ନଂ ଏମପି ୨୨ ସିଏ-୩୫୭୩ କୁ ପୋଲିସ ଯାଂଚ୍ କରିଥିଲା । ଯାଂଚ୍ ସମୟରେ କାର୍ ଭିତରେ ୫୦ କେଜି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜେଇ ଚୋର ଚାଲାଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୫୦ କେଜି ଗଞ୍ଜେଇ, ଏକ କାର୍, ଦୁଇଟି ମୋବଇଲ୍ ଫୋନ୍ ଓ ନଗଦ ୧୩୦୦ ଟଙ୍କା ଜବତ କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ ସେଓନି ଜିଲ୍ଲାର ସୌରବ ଭଶଳେ ଓ ବ୍ରଜେଶ ତିୱାରୀ ।
