ଲଗାଣ ବର୍ଷାରେ ବାଘ ନଦୀରେ ବନ୍ୟାଜଳ, ପମ୍ପ ହାଉସ ଉପରେ ଫସିଥିବା ୫ ଉଦ୍ଧାର
କନ୍ଧମାଳ : ସୋମବାର ଓ ମଙ୍ଗଳବାର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ବାଘ ଡୁଙ୍ଗୁରି ଗ୍ରାମର ପାଞ୍ଚ ଜଣ ଗ୍ରାମ ବାସୀ ଆଜି ସକାଳ ସମୟରେ ଗ୍ରାମର ପାଞ୍ଚ ଜଣ ଗ୍ରାମବାସୀ କାମ କରିବାକୁ ବାଘ ନଦୀ ପାର ହୋଇ ବାଲନ୍ଦାପଡାକୁ ଯାଉଥିବା ବେଳେ ବାଘ ନଦୀରେ ହଠାତ ପାଣି ଆସି ଯିବାରୁ ନଦୀ ପାଖରେ ଥିବା ପମ୍ପ ହାଉସ୍ ଘର ଉପରେ ଚଢି ଜୀବନ ବଞ୍ଚାଇବା ଥିଲେ । ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବିଭାଗ ଓ ଟିମ ହ୍ୟୁମାନୀଟି ସଦସ୍ୟମାନେ ପମ୍ପ ହାଉସରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ସେହିପରି ବାଲନ୍ଦାପଡାରୁ କଣ୍ଟାମଳ ଗମନା ଗମନ ବିଛିନ୍ନ ହୋଇଥିବାବେଳେ ଗୋଛାପଡା -କ୍ରାଣ୍ଡିବାଲି ରାସ୍ତାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି । ବିଦ୍ୟୁତ୍ ସରୋବରାହ ବିଛିନ୍ନ ହୋଇଥିବା ବେଳେ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ପୁନରୁଦ୍ଧାର କାର୍ଯ୍ୟ ଯେପରି ଅତି ଶିଘ୍ର ହେବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ସେହିପରି ବନ୍ୟା କ୍ଷତିଗ୍ରସ୍ତ ଲୋକେ ଯେପରି ସରକାରୀ ସହାୟତା ପାଇବେ ସେଥିପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେଉଥିବା କଥା ବିଡ଼ିଓ ମହନ୍ତ କହିଛନ୍ତି । ଜିଲାର ବାଲିଗୁଡାରେ ଉଦ୍ଧାରରେ ୨୪ ଘଣ୍ଟା ମଧ୍ୟରେ ୩୦୨ ମିମି ବର୍ଷା ହୋଇଥିବାବେଳେ ଫିରିଙ୍ଗିଆରେ ୮୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
