ରାଜଧାନୀରେ ୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଂଚଳରୁ ଶୁକ୍ରବାର ମୋଟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବା ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଅପରପକ୍ଷରେ ୨୪ ଘଂଟାରେ ଆଉ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ଏବେ ସୁଦ୍ଧା ୧ ଲକ୍ଷ ୬୬ ହଜାର ୧୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧ ଲକ୍ଷ ୬୬ ହଜାର ୧୪୪ ଜଣ ସୁସ୍ଥ ହୋଇଛନ୍ତି । ମୋଟ ୧୧୯୮ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ଭୁବନେଶ୍ୱରରେ ୫ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
