ଫିଜି ଦ୍ୱୀପପୁଞ୍ଜରେ ୫.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଝଟକା
ଲେଭୁକା : ଫିଜି ଦ୍ୱୀପପୁଞ୍ଜରେ ନିକଟରେ ଭୂକମ୍ପ ଝଟକା । ୫.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଗତ ଶୁକ୍ରବାର ରାତି ୮ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୫୫୭ କିଲୋମିଟର ରହିଛି । ଏହାର କେନ୍ଦ୍ର ସ୍ଥଳ ଓଭାଲାଉ ଦ୍ୱୀପରେ ଥିବା ଲେଭୁକା ସହରର ୨୩୦ କିଲୋମିଟର ପୂର୍ବରେ । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନଥିବା ବେଳେ ସୁନାମି ଆସିବା ନେଇ କୈଣସି ସୂଚନା ମଧ୍ୟ ପ୍ରଦାନ କରାଯାଇନାହିଁ । ଫିଜି ଦ୍ୱୀପପୁଞ୍ଜରେ ଅନେକ ସମୟରେ ଶକ୍ତିଶାଳୀ ଭୂକମ୍ପ ହେଉଥିବା ସୂଚନା ରହିଛି ।
