ଭୁବନେଶ୍ୱରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା
ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ହେବ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଆସନ୍ତା ଡିସେମ୍ବର ୨୪ରୁ ୨୬ ପର୍ଯ୍ୟନ୍ତ ଓଡ଼ିଶା ପାରା କ୍ରୀଡା ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ମିଳିତ ଅନୁକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।
ଏହି ପ୍ରତିଯୋଗିତାର ବାର୍ତ୍ତା ରହିଛି,’Lets Rally Together ଅର୍ଥାତ ଏକାଠି ଆଗକୁ ବଢିବା’। ପାରା ଅଲିମ୍ପିକ କମିଟି ଅଫ ଇଣ୍ଡିଆ ଏବଂ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ସହ ଉଡାନ ବ୍ୟାଡମିଣ୍ଟନ ଏକାଡେମୀ ଏବଂ କେସି ମେମୋରିଆଲ ଟ୍ରଷ୍ଟର ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଏଥିରେ ଆୟୋଜିତ ହେବାକୁ ଥିବା ମ୍ୟାଚଗୁଡିକ ପୂର୍ବତଟ ଇଣ୍ଡୋର ଷ୍ଟାଡିଅମ ଓ ଉଡାନ ଏକାଡେମୀରେ ଖେଳାଯିବ। ଏଥିରେ ପ୍ରାୟ ୪୦୦ ଖେଳାଳି ଯୋଗ ଦେବେ ବୋଲି ଜଣାପଡିଛି।
