ରାଜ୍ୟରେ ୪ କୋଟି ୩ ଲକ୍ଷ ୧ ହଜାର ୬୪୯ ଡୋଜ ଟିକାକରଣ
ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନ ବ୍ୟାପକ ଜାରି ରହିଛି । ଟିକାକରଣରେ ରେକର୍ଡ ପରେ ରେକର୍ଡ କରୁଛି ଓଡ଼ିଶା । ଏହାରି ମଧ୍ୟରେ ଟିକାକରଣ ଅଭିଯାନରେ ଶନିବାର ୨୨୬୫ଟି କେନ୍ଦ୍ରରେ ୨ଲକ୍ଷ ୬ହଜାର ୧୫୪ ହିତାଧିକାରୀ ଟିକା ନେଇଛନ୍ତି। ଏହି ଟିକାଦାନକୁ ନେଇ ରାଜ୍ୟର ଟିକା ସଂଖ୍ୟା ୪କୋଟି ୩ଲକ୍ଷ ୧ହଜାର ୬୪୯ରେ ପହଞ୍ଚିଛି। ଆଜି ୮ଟି ଜିଲାରେ ଟିକାଦାନ ଜାରି ରହିଛି। ସେଥିମଧ୍ୟରେ ବାଲେଶ୍ବର, କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧାର ଭୁବନେଶ୍ୱରକୁ ମିଶାଇ ୪୭୬ଟି କେନ୍ଦ୍ରରେ ଟିକାକରଣ କରାଯାଉଛି।
ଏବେସୁଦ୍ଧା ରାଜ୍ୟରେ ୨ କୋଟି ୬୮ ଲକ୍ଷ ୮ ହଜାର ୯୦ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ୧ କୋଟି ୩୪ ଲକ୍ଷ ୯୩ ହଜାର ୫୫୯ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ରାଜ୍ୟରେ ଆଜି ସୁଦ୍ଧା ୨ କୋଟି ୧ ଲକ୍ଷ ୭୦ ହଜାର ୫୦୫ ଜଣ ପୁରୁଷ ଏବଂ ୨ କୋଟି ୧ ଲକ୍ଷ ୨୧ ହଜାର ୭୦୨ ଜଣ ମହିଳା ଟିକା ନେଇଛନ୍ତି। ଟିକା ନେଇଥିବା ଲୋକଙ୍କ ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୨ କୋଟି ୨୩ ଲକ୍ଷ ୯୯ ହଜାର ୨୫୦ ଜଣ ଟିକା ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୧ କୋଟି ୯ ଲକ୍ଷ ୨୯ ହଜାର ୮୩୫ ଏବଂ ୬୦ରୁ ଉର୍ଦ୍ଧ୍ବ ବୟସ ବର୍ଗରେ ୬୯ ଲକ୍ଷ ୭୨ ହଜାର ୫୬୪ ଜଣ ଟିକା ନେଇଛନ୍ତି। ରାଜ୍ୟରେ ସର୍ବାଧିକ ଲୋକ କୋଭିସିଲଡ଼ ଟିକା ନେଇଛନ୍ତି। ସରକାରୀ ସୂଚନା ମୁତାବକ, ୩ କୋଟି ୫୪ ଲକ୍ଷ ୮୭ ହଜାର ୩୯୭ ଡୋଜ କୋଭିସିଲଡ଼, ୪୮ ଲକ୍ଷ ୮ ହଜାର ୩୪୯ ଡୋଜ କୋଭାକସିନ ଏବଂ ୫ ହଜାର ୯୦୩ ଡୋଜ ସ୍ପୁଟନିକ ଭି ଟିକା ଦିଆଯାଇଛି ।
ସୂଚନା ଯେ, ଆଜି ସୁଦ୍ଧା ବିଭିନ୍ନ ଜିଲାରେ ହୋଇଥିବା ଟିକାକରଣ ସଂଖ୍ୟା ଗଂଜାମରେ ୪୧ ଲକ୍ଷ ୧୨ ହଜାର୧୯୨ ହୋଇଥିବା ବେଳେ ଖୋର୍ଦ୍ଧାରେ ୩୬ ଲକ୍ଷ ୯୦ ହଜାର ୮୦୧, କଟକରେ ୨୩ ଲକ୍ଷ ୫୭ ହଜାର ୯୮୫, ବାଲେଶ୍ୱରରେ ୨୦ ଲକ୍ଷ ୫୮ ହଜାର ୧୫୨, ମୟୁରଭଞ୍ଜରେ ୧୯ ଲକ୍ଷ ୫ ହଜାର ୮୦୧, ପୁରୀରେ ୧୭ ଲକ୍ଷ ୧୫ ହଜାର ୨୩୧, ସୁନ୍ଦରଗଡ଼ରେ ୧୭ ଲକ୍ଷ ୫ ହଜାର ୮୩୩, ଯାଜପୁରରେ ୧୬ ଲକ୍ଷ ୧୧ ହଜାର ୮୨୧, କେନ୍ଦୁଝରରେ ୧୫ ଲକ୍ଷ ୯୩ ହଜାର ୩୬୯, ଭଦ୍ରକରେ ୧୪ ଲକ୍ଷ ୯୧ ହଜାର ୭୦, ବଲାଙ୍ଗୀରରେ ୧୩ ଲକ୍ଷ ୯୦ ହଜାର ୪୬୪, କୋରାପୁଟରେ ୧୩ ଲକ୍ଷ ୯୦ ହଜାର ୧୦୩, କେନ୍ଦ୍ରାପଡାରେ ୧୩ ଲକ୍ଷ ୫୮ ହଜାର ୬୨୨, କଳାହାଣ୍ଡିରେ ୧୩ ଲକ୍ଷ ୩୫ ହଜାର ୬୮୫, ବରଗଡ଼ରେ ୧୨ ଲକ୍ଷ ୬୦ ହଜାର ୯୩୭, ସମ୍ବଲପୁରରେ ୧୨ ଲକ୍ଷ ୫୦ ହଜାର ୯୯୬, ଅନୁଗୁଳରେ ୧୧ ଲକ୍ଷ ୫୨ ହଜାର ୩୮୮, ଢେଙ୍କାନାଳରେ ୧୦ ଲକ୍ଷ ୯୧ ହଜାର ୯୧୫, ଜଗତସିଂହପୁରରେ ୧୦ ଲକ୍ଷ ୨୨ ହଜାର ୯୬୨, ନବରଙ୍ଗପୁରରେ ୯ ଲକ୍ଷ ୩୭ ହଜାର ୩୨୫, ନୟାଗଡରେ ୮ ଲକ୍ଷ ୮୪ ହଜାର ୬୭୯, ରାୟଗଡାରେ ୭ ଲକ୍ଷ ୯୩ ହଜାର ୧, ସୁବର୍ଣ୍ଣପୁରରେ ୬ ଲକ୍ଷ ୮୫ ହଜାର ୯୦୫, ଝାରସୁଗୁଡାରେ ୬ ଲକ୍ଷ ୨୮ ହଜାର ୬୯, କନ୍ଧମାଳରେ ୫ ଲକ୍ଷ ୯୩ ହଜାର ୫୧୪, ମାଲକାନଗିରିରେ ୫ ଲକ୍ଷ ୯୦ ହଜାର ୯୧୧, ନୂଆପଡାରେ ୫ ଲକ୍ଷ ୭୨ ହଜାର ୫୯୧, ଗଜପତିରେ ୪ ଲକ୍ଷ ୩୨ ହଜାର ୧୭୪, ବୌଦ୍ଧରେ ୩ ଲକ୍ଷ ୮୨ ହଜାର ୮୨୫, ଦେଓଗଡ଼ରେ ୩ ଲକ୍ଷ ୪ ହଜାର ୩୨୮ ହୋଇଛି ।
