୩କେଜି ୩୫୦ ଗ୍ରାମର ହାତୀଦାନ୍ତ ଜବତ, ବେପାରୀ ଗିରଫ
ଭୁବନେଶ୍ୱର : ଏସଟିଏଫ୍ ହାତରେ ହାତୀଦାନ୍ତ ଚୋରା ଚାଲାଣ କାରୀ। ବରଗଡ଼ରେ ଗୋଟିଏ ହାତୀଦାନ୍ତ ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ଜଣେ ବେପାରୀଙ୍କୁ ଗିରଫ କରାଯାଇଥିବାର ସୂଚନା ରହିଛି।
ସୂଚନା ଯେ, ବରଗଡ଼ ଜିଲାର ଗାଏସିଲଟ ବ୍ଲକରେ କେନ୍ଦୁଭଟା ନିକଟରେ ହାତୀଦାନ୍ତର ବିକ୍ରି ଲାଗି ମୂଲଚାଲ ଚାଲିଥିବା ବେଳେ ଏସଟିଏଫର କର୍ମଚାରୀ ଜଣେ ବେପାରୀଙ୍କୁ ମାଡି ବସିଥିଲେ। ଉକ୍ତ ବେପାରୀଙ୍କ ନାମ ହେଲା ରମେଶ ପ୍ରଧାନ। ସେ ବଲାଙ୍ଗୀର ଜିଲାର ଲରମ୍ଭା ଥାନା ଅନ୍ତର୍ଗତ ଛାୟାଲିଉଦର ଗ୍ରାମର ୰ ଟଙ୍କଧର ପ୍ରଧାନଙ୍କ ପୁଅ। ପଦ୍ମପୁର ବନଖଣ୍ଡ ଗାଇସିଲାଟ କେନ୍ଦୁଭଟା ଛକ ନିକଟରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ଲୋକ ହାତୀଦାନ୍ତ ଚୋରାଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ। ଉକ୍ତ ବ୍ୟକ୍ତିଠାରୁ ଜବତ ହାତୀଦାନ୍ତର ଓଜନ ୩ କେଜି ୩୫୦ ଗ୍ରାମ ଓ ସେ ବଲାଙ୍ଗୀର ପଟରୁ ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।
