ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତିସମିତି ଆନୁକୂଲ୍ୟରେ ୩୮ତମ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ
ଭୁବନେଶ୍ୱର : ବିଶ୍ୱର ମହିୟଷୀ ମହିଳା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ୩୮ତମ ପୂଣ୍ୟ ଶ୍ରାଦ୍ଧଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ଇନ୍ଦିରାଗାନ୍ଧୀ ସ୍ମୃତିସମିତି ଆନୁକୂଲ୍ୟରେ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସମାରୋହ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କଠାରେ ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ରାଉତରାୟ, ସାଧାରଣ ସଂପାଦକ ତଥା ପିସିସି କିଷାନ କଂଗ୍ରେସ ରାଜ୍ୟ ସଭାପତି ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ପ୍ରତକ୍ଷ ସଂଯୋଜନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଏଆଇସିସି ସାଧାରଣ ସଂପାଦକ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ସଂପାଦକ ଜି. ରୁଦ୍ର ରାଜୁ, ପୂର୍ବତନ ପିସିସି ସଭାପତି ଜୟଦେବା ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ କଂଗ୍ରେସ ଦଳର ବିଧାୟକ ନରସିଂହ ମିଶ୍ର, ପ୍ରମୁଖ ବିପୁଳ ସଂଖ୍ୟାରେ ଯୋଗଦେଇ ସ୍ୱର୍ଗୀୟା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରତ୍ୟୁଷରୁ ରାମଧୁନ୍ ଓ ବିଶିଷ୍ଟ ଗାୟକ ଖଗେଶ୍ୱର ମାର୍ଥା, ଗିରିଧାରୀ ମହାପାତ୍ର ଓ ତାଙ୍କ ସାଥିବୃନ୍ଦ, ବିଶିଷ୍ଠ ଯୁବ ଗାୟକ ତଥା ସଂକୀର୍ତନ ଦଳର ମୁଖ୍ୟ ଜ୍ଞାନପ୍ରିୟ କାନୁନଗୋଙ୍କ ଦ୍ୱାରା ଜାତୀୟ ସଂହତୀ ଓ ଏକତା ପାଲା ଓ ସଂକୀର୍ତନ ପରିବେଷଣ କରାଯାଇଥିଲା । ବିଭିନ୍ନ ବର୍ଗର ଧର୍ମଗୁରୁ ବିଶିଷ୍ଟ ସଂସ୍କୃତି ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ, ମଉଲାନା ମାନାମ, ସୁଶିଲ ଦାସ ଶର୍ମା, ବିନୋଦଙ୍କ ଦ୍ୱାରା ଗୀତା, କୋରାନ, ବାଇବେଲ ଓ ଗାୟତ୍ରୀ ପାଠ କରାଯାଇଥିଲା । ମୁଖ୍ୟ ଅତିଥି ପିସିସି ସଭାପତି ଶରତ ପଟ୍ଟନାୟକ ସମବେତ ଜନତାଙ୍କୁ ରାଷ୍ଟ୍ରୀୟ ସଂକଳ୍ପ ପାଠ କରାଯାଇଥିଲା । ପରିଶେଷରେ ବିଧାୟକ ତଥା ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଉପାଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଧନ୍ୟବାଦ ଅର୍ପଣ କରିଥିଲେ । ସମିତିର କର୍ମକର୍ତା ଇଂ ସନତ ପଟ୍ଟନାୟକ, ଶ୍ରୀ ବସନ୍ତ କୁମାର ମହାରଣା, ସୁବାଷ ରାଉତ, ସାଇପ୍ରସାଦ ପାତ୍ର, ପଦ୍ମଚରଣ ସାହୁ, ଗୋବିନ୍ଦ ପଟେଲ, ବିରେନ୍ଦ୍ର ବରିହା, ନିରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
