ନୀଳଗିରିରେ ୩୬ ତମ ରାବଣ ପୋଡ଼ି ଉତ୍ସବ ମହାସମାରୋହରେ ପାଳିତ; ୨୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ଜନସମାଗମ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ନୀଳଗିରିରେ ରାବଣ ପୋଡ଼ି ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ପବିତ୍ର ବିଜୟାଦଶମୀ ଅବସରରେ ନୀଳଗିରି ଷ୍ଟାଡ଼ିୟମ ପଡ଼ିଆ ପରିସରରେ ୩୬ତମ ରାବଣ ପୋଡ଼ି ଉତ୍ସବ ସ୍ଥାନୀୟ ପୂର୍ବତନ ବିଧାୟକ ତଥା ରାବଣପୋଡ଼ି କମିଟିର ସଭାପତି ଅକ୍ଷୟ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ବାଲେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଯୋଗଦେଇ ରାବଣ ପୋଡ଼ି ଉତ୍ସବ କେବଳ ଏକ ପର୍ବ ନୁହେଁ, ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଜିଲା କଂଗ୍ରେସ କମିଟିର ସଭାପତି ସଞ୍ଜୀବ ଗିରି, କଂଗ୍ରେସ ଜିଲା ଅଧ୍ୟକ୍ଷ ବିକାଶ ଦାସ, ସମାଜସେବୀ ସଦାଶିବ ରଥ ପ୍ରମୁଖ ଯୋଗ ଦେଇ ରାବଣ ପୋଡ଼ିର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ରାବଣପୋଡ଼ି କମିଟିର ସମ୍ପାଦକ ଦୈତାରୀ ମହାଳିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱନାଥ ଦାସ ମଞ୍ଚ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ପରେ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ ମୁଖ୍ୟ ଅତିଥି । ଏହାକୁ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା ।
