ଜାଲରେ ପଡ଼ିଲା ୩୩ଟି ତେଲିଆ ଭେକ୍ଟି : କୋଟିପତି ହେଲେ ଟ୍ରଲର ମାଲିକ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଜଣେ ଟ୍ରଲର ମାଲିକଙ୍କ ଭାଗ୍ୟ ବଦଳି ଯାଇଛି । ଏକାଥରେ ଜାଲରେ ୩୩ଟି ବଡ଼ ତେଲିଆ ଭେକ୍ଟି ମାଛ ପଡ଼ିଛି । ଫଳରେ ଏହି ମାଛକୁ ଚଢ଼ା ଦରରେ ବିକ୍ରି କରି କୋଟିପତି ପାଲଟିଗଲେ ଟ୍ରଲର ମାଲିକ ।
ସୂଚନା ଯେ, ୩୩ଟି ମାଛକୁ ୧କୋଟିରେ ବିକ୍ରି ହେବା ଘଟଣା ଆଚମ୍ବିତ କରିଛି । ଗୋଟିଏ ଗୋଟିଏ ମାଛର ଓଜନ ୨୨ରୁ ୨୫ କେଜି ରହିଛି । ଏହି ମାଛଗୁଡ଼ିକୁ ବଙ୍ଗୋପସାଗର ପଶ୍ଚିମବଙ୍ଗ ଦୀଘା ଉପକୂଳରୁ ମା’ ବାସନ୍ତୀ ନାମକ ଟ୍ରଲରରୁ ଧରାଯାଇ ଦୀଘା ମାଛ ମାର୍କେଟ୍କୁ ଅଣାଯାଇ ବିକ୍ରି କରାଯାଇଛି । କଲକାତା ବାୟୋଟେକ୍ କମ୍ପାନୀର କର୍ମଚାରୀ ସୁଭାଷ ରାନା ନାମକ କର୍ମଚାରୀ ଏହି ବିରଳ ପ୍ରଜାତିର ୩୩ଟି ତେଲିଆ ଭେକ୍ଟି ମାଛକୁ ନିଲାମରେ କିଣିଛନ୍ତି । ଉକ୍ତ ମାଚର ପେଟ ଅଂଶରେ ଏକ ବ୍ଲାଡ଼ାର ରହୁଥିବାରୁ ଔଷଧୀୟ କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ମାଚର ମୂଲ୍ୟ ବହୁତ ଦାମ୍ରେ ବିକ୍ରି ହୋଇଥାଏ । ଅନ୍ୟପକ୍ଷରେ ଗତ ଜୁଲାଇ ମାସ ୭ ତାରିଖରେ ୬୨ଟି ତେଲିଆ ମାଛକୁ ୧କୋଟିରେ ବିକ୍ରି କରାଯାଇଥିଲା ।
