ଔପଦା ଡିଗ୍ରୀ କଲେଜର ୩୦ତମ ବାର୍ଷିକ ଉତ୍ସବ
ଔପଦା : ଔପଦା ଡିଗ୍ରୀ କଲେଜର ୩୦ତମ ବାର୍ଷିକ ଉତ୍ସବ କଲେଜ ପରିସରରେ ପାଳନ କରାଯାଇଛି । କଲେଜର ଅଧ୍ୟକ୍ଷ ମୋହନ ଚରଣ ସାହୁଙ୍କ ସଭାପତିତ୍ୱରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ମୁଖ୍ୟଅତିଥି ଭାବେ ଛାତ୍ରଛାତ୍ରୀଙ୍କୁ ସତ୍ୟକୁ ସନ୍ଧାନ କରି ଭଲ ମଣିଷ ହେବା ସହ ସମସ୍ତଙ୍କୁ ଆପଣାର କରିବା ପାଇଁ ପ୍ରେରଣା ଦେଇ କଲେଜର ବିକାଶ ପାଇଁ ଉଦ୍ୟମ ଜାରି ରଖିବି ବୋଲି କହିଥିଲେ ।
ମୁଖ୍ୟ ବ୍ୟକ୍ତା ଭାବେ ନୀଳଗିରି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ୟାମସୁନ୍ଦର ପଣ୍ଡା ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଔପଦା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସିବିପ୍ସା ପାତ୍ର, ସାମ୍ବାଦିକ ଅଶୋକ କୁମାର ପ୍ରଧାନ, ଜିଲା ପରିଷଦ ସଭ୍ୟା ମୁନି ସିଂ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଆଦିତ୍ୟ ଆଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ । ସଂସ୍କୃତ ଅଧ୍ୟାପକ ଦ୍ୱାରିକା ନାଥ ଶତପଥି ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ, ଅଧ୍ୟାପକ ଲଷ୍ମୀନାରାୟଣ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ, ଅଧ୍ୟାପକ ହରିହର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।
