ନାବାଳିକା ଅପହରଣ ଅଭିଯୁକ୍ତ କୁ ୩ ବର୍ଷ ଜେଲ ଓ ଜରିମାନା
କନ୍ଧମାଳ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୧୭ ବର୍ଷିୟା ନାବାଳିକା ର ଅପହରଣ ମାମଲା ର ବିଚାର କରି ୧୨ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ୍ ଇତ୍ୟାଦି କୁ ଭିତ୍ତି କରି ଗୋପବନ୍ଧୁ ପ୍ରଧାନ ୩୦ବର୍ଷ ,ମାଲେରି ଗାଆଁ, ଖଜୁରୀପଡ଼ା କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ସେ ସଶ୍ରମ କାରାଦଣ୍ଡ ସହ ଟ୨୦,୧୦୦ଙ୍କା(କୋଡ଼ିଏ ହଜାର ଏକଶତ ଟଙ୍କା) ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଚାରି ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାର ଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସ୍ କୋର୍ଟ ର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ । ସୁଚନା ଅନୁସାରେ ପିଡିତା ତା ୨୦.୦୫.୨୦୧୬ରିଖ ରାତ୍ର ସମୟରେ ପରିସ୍ରା କରିବାକୁ ଘର ପଛ ପଟକୁ ଯାଇଥିଲା । ଅଭିଯୁକ୍ତ ଘର ପଛ ପଟୁ ପିଡିତା ର ମୁହଁ ରେ ଗାମୁଛା ବାନ୍ଧି ଟେକି ନେଇ ଥିଲା ଏବଂ ଅଳ୍ପ ଦୂରରେ ଥିବା ଅଟୋ ରେ ନିଜ ଭାଇମାନଙ୍କ ସହାୟତାରେ ଅପହରଣ କରି,ମାଧେପୁର ରେ ଗୋଟିଏ ଘରେ ରଖିଥିଲା ଏବଂ ଏହି ବିଷୟରେ କାହାକୁ କିଛି କହିଲେ ଜୀବନ ରେ ମାରି ଦେବାକୁ ଧମକ ଦେଇଥିଲା । ତାପରେ ପିଡିତା କୁ ଅଟୋ ଗାଡ଼ି ରେ ସୁଡ୍ରୁକୁମ୍ଫା ନେଇ ବଜାର ର ଟିକିଏ ଆଗରେ ଛାଡ଼ି ଚାଲି ଯାଇଥିଲା ।ପିଡିତା ନିଜ ଗାଆଁ କୁ ଫେରିବା ପରେ ଖଜୁରୀପଡ଼ା ଥାନାରେ ଲିଖିତ ରିପୋର୍ଟ୍ ଦେଇଥିଲା ଏବଂ ଧାନାଧିକାରୀ ୫୧/୧୬ ରେ ଏକ ମାମଲା ରୁଜୁ କରି, ତଦନ୍ତ ସାରି ଅଭିଯୁକ୍ତ କୁ ଅଦାଲତରେ ହାଜର କରିଥିଲେ ଏବଂ ମାନ୍ୟବର ବିଚାରପତି ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି ।
