କୋପେନହେଗନ ସପିଙ୍ଗମଲ୍ରେ ଅନ୍ଧାଧୁନ ଗୁଳିମାଡ଼, ୩ ମୃତ
ଜଣେ ଅଭିଯୁକ୍ତ ଗିରଫ, ପୋଲିସର ଅପରେସନ ଜାରି
ନୂଆଦିଲ୍ଲୀ: ଡେନମାର୍କର କୋପେନହେଗନ ଏକ ସପିଙ୍ଗମଲ୍ରେ ଅନ୍ଧାଧୁନ ଗୁଳିମାଡ଼ । ଗୁଳି ବିନିମୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେ ଲୋକ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଛି ଏବଂ ଅଧିକ ତଦନ୍ତ ଜାରି ରହିଛି।
କିଛି ଫଟୋ ମଧ୍ୟ ସେହି ସ୍ଥାନରୁ ବାହାରିଛି ଯେଉଁଠାରେ ଲୋକମାନେ ଭୟଭୀତ ହୋଇ ଏଠାରୁ ସେଠାକୁ ଦୌଡୁଥିବାର ଦେଖାଯାଉଛି। କୁହାଯାଉଛି ଯେ ମଲରେ ଗୁଳି ବିନିମୟ ହେବା ମାତ୍ରେ ଲୋକମାନେ ବାହାରକୁ ଦୌଡ଼ିଥିଲେ। ଲୋକେ ବିବିଭିନ୍ନ ସ୍ଥାନରେ ଯାଇ ଲୁଚିଯାଇଥିଲେ। ସ୍ଥାନୀୟ ଲୋକ କହିଛନ୍ତି ଯେ ଗୁଳିର ବହୁତ ଉଚ୍ଚ ସ୍ୱର ଥିଲା। ତାଙ୍କ କହିବାନୁସାରେ, ତିନିରୁ ଚାରି ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଅଂଚଳରେ ବୁଲାବୁଲି ନକରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।


ମେୟର ସୋଫି ହାଷ୍ଟର୍ପ ଆଣ୍ଡର୍ସେନ୍ କହିଛନ୍ତି ଯେ କେତେ ଲୋକ ଆହତ ହୋଇଛନ୍ତି କିମ୍ବା କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଏହି ଆକ୍ରମଣ ଚିନ୍ତାଜନକ। ସୂଚନା ମୁତାବକ, ଆହତମାନଙ୍କୁ ଚିକିତ୍ସା ପାଇଁ କେପେହେଗନ ଏକ ପ୍ରମୁଖ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ବର୍ତ୍ତମାନ ତିନିରୁ ଅଧିକ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଆଶଙ୍କା ପ୍ରକାଶ ପାଇଛି ଯେ ଏହି ସଂଖ୍ୟା ଅଳ୍ପ ସମୟ ମଧ୍ୟରେ ବଢିପାରେ, ଯେଉଁଥିପାଇଁ ଡାକ୍ତରଖାନାରେ ନର୍ସ ଏବଂ ସର୍ଜନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।
ଏନେଇ କୋପେନହେଗନ ପୋଲିସ ଟୁଇଟ୍ କରି କହିଛି ଯେ, ଗୁଳିକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନଙ୍କୁ ପଠାଯାଇଛି। ସେମାନେ ମଲ୍ ଭିତରେ ଥିବା ଲୋକମାନଙ୍କୁ ରହିବା ପାଇଁ ଓ ପୋଲିସର ସାହାଜ୍ୟକୁ ଅପେକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ସାଧାରଣ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଡେନିସ ପୋଲିସ ଦ୍ୱାରା ଗୁଳିକାଣ୍ଡର ସୂଚନା ମିଳିବା ପରେ ଲୋକମାନେ ଫିଲ୍ଡର ସପିଙ୍ଗ ମଲ୍ରେ ବାହାରକୁ ଏଣେ ତେଣେ ଦୌଡ଼ିଥିଲେ। ଏହାପରେ ଫିଲ୍ଡର ସଶସ୍ତ୍ର ପୋଲିସମାନେ ସପିଙ୍ଗ ମଲ୍ରେ ପହଞ୍ଚିଥିବା ଜଣାପଡ଼ିଛି। ଏପରି ଗୁଳିକାଣ୍ଡ ଫିଲ୍ଡର ସପିଙ୍ଗମଲ୍ରେ ହୋଇଛି। ଏହି ସପିଙ୍ଗ ମଲ୍ଟି ସ୍କାଣ୍ଡିନାଭିଆର ସବୁଠୁ ବଡ଼ ସପିଙ୍ଗମଲ୍ ମଧ୍ୟରୁ ଅନ୍ୟତମ। ସେହିପରି ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଆମେ ଫିଲ୍ଡରେ ବହୁ ସଂଖ୍ୟାରେ ଉପସ୍ଥିତ ଅଛୁ ଓ ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ କାମ ଚେଷ୍ଠା କରୁଛୁ। ଆମେ ଏଠାରେ ବହୁତ ଶୀଘ୍ର ଅପଡେଟ୍ କରିବୁ।
