ଡିସେମ୍ବର ୨ରେ ବାରିପଦା ଠାରେ ଦ୍ୱିତୀୟ ଶିଶୁକଳା ମହୋତ୍ସବ କୁଳପତି ପ୍ରଫେସରେ କିଶୋର କୁମାର ବସା ହେଲେ ଫେଷ୍ଟିଭେଲ ଡାଇରେକଟର
ବାରିପଦା : ମୟୁରଭଞ୍ଜ କଲଚୁରାଲ ଡେଭଲପମେଣ୍ଟ ଫାଉଣ୍ଡେସନର ସଭାପତି ତଥା ମୟୁରଭଞ୍ଜ ମାଟିର ଗୌରବ ପଦ୍ମଭୂଷଣ ଯତୀନ ଦାସ ଙ୍କ ତତ୍ୱାବଧାନ କ୍ରମେ ଆଗାମୀ ଡିସେମ୍ବର ୨ରେ ବାରିପଦା ଠାରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ-୨୦୨୨ ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଫେଷ୍ଟିଭାଲ ଡିରେକଟର ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସରେ କିଶୋର କୁମାର ବସା ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି ମହୋତ୍ସବରେ ଚିତ୍ରକଳା, ପେପର କ୍ରାଫ୍ଟ, ମୂର୍ତିକା କଳା ସହ ଅଭିନୟ, ସଂଗୀତ ଇତ୍ୟାଦିକୁ ମଧ୍ୟ ସାମିଲ କରାଯିବା ଦିଗରେ ଆଲୋଚନା ହୋଇଥିଲା କ୍ଷ ସବ ଜୁନିଅର ନର୍ସରୀ ରୁ ୪ର୍ଥ, ଜୁନିଅର ୫ମରୁ ୭ମ ଶ୍ରେଣୀ, ସିନିଅର ୮ମରୁ ୧୦ମ ଶ୍ରେଣୀର ପିଲା ମାନେ ଏଥିରେ ଭାଗ ନେଇ ପାରିବେ ବୋଲି ଜଣାଯାଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ବୀରେନ୍ ଦାସ, ଥିଏଟର ନିର୍ଦ୍ଦେଶକ ଧୀର ବସା, ପିଜି କାଉନସିଲ ଚେୟାରମେନ ପ୍ରଫେସର ପ୍ରମୋଦ କୁମାର ଶତପଥୀ, କଳାକାର ମାନସ ପତି, କଲ୍ୟାଣୀ ବାରିକ, ପଦ୍ମଲୋଚନ ଗିରି, କଳା ଶିକ୍ଷକ ନିବେଦିତା ମହାନ୍ତ, ଶୁଭସ୍ମିତା ଭାରତୀ ହୋତା, ସମାଜ ସେବି-ପୂର୍ଣ୍ଣେନ୍ଦୁ କୁମାର ଦାସ, ତଥାଗତ ଉପାଧ୍ୟାୟ, ସୁନିତ ପୁରି, ଶମ୍ଭୁ ମହାପାତ୍ର, ସୋନାଲିକା ମହାପାତ୍ର, ସୁମାଲି ମୁର୍ମୁ ହେମ୍ବ୍ରମ, ସ୍କୁଲ୍ ଅଫ୍ ଆର୍ଟ କ୍ରାଫ୍ଟର ଅଧ୍ୟକ୍ଷା ପ୍ରଣତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
