ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ଦାସଙ୍କ ୨ୟ ଶ୍ରାଦ୍ଧାବାର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର: ୫୨ ୟୁନିଟ୍ ସଂଗୃହୀତ
ଜଳେଶ୍ୱର : ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ଦାସଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ରାଜଘାଟସ୍ଥିତ ହୃଦାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ହୃଷିକେଶ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁରୁଡା ବିଧାୟକ ରାଜକିଶୋର ଦାସ ଆଦର୍ଶ ଶିକ୍ଷକ ସବୁବେଳେ ସମାଜପାଇଁ ପଥପ୍ରଦର୍ଶକ ହୋଇଥିବା ବେଳେ ସ୍ୱର୍ଗତ ନିତ୍ୟାନନ୍ଦ ଦାସ ଜଣେ ଆଦର୍ଶ ଶିକ୍ଷକଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି କହିଥିଲେ । ନିତ୍ୟାନନ୍ଦ ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ୧୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବା ସହିତ ୧୦ହଜାର ଟଙ୍କାର ପୁସ୍ତକ ବିଦ୍ୟାଳୟ ପାଠାଗାରକୁ ପ୍ରଦାନ କରାଯାଇଥିବା ଟ୍ରଷ୍ଟର ଅଧ୍ୟକ୍ଷ ସୁଦର୍ଶନ ଦାସ ଯୋଗ ଦେଇ ସ୍ୱଗତ ଭାଷଣରେ କହିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ମାଗଣା ରକ୍ତଦାନ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ନାଥ ଦତ୍ତ ଉଦ୍ଘାଟନ କରିଥିବା ବେଳେ ମୋଟ ୫୨ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରକ୍ତଦାତା ସଂଘର ଜିଲା ସଭାପତି କମଳ ଚକ୍ରବର୍ତ୍ତିୀ, ଜଗନ୍ନାଥ ସାହୁ, ରତିକାନ୍ତ ବେହେରା, ସୁଶାନ୍ତ ପରିଡା, ରାମଚନ୍ଦ୍ର ସାହୁ, ଯତିନ୍ଦ୍ରନାଥ ଦତ୍ତ, ରଶ୍ମି ମହାନ୍ତି, ରାମେଶ୍ୱର ଭଟ୍ଟ, ପଦ୍ମଲୋଚନ ବେହେରା, ବିରେନ୍ଦ୍ର ଦେ, ପ୍ରଶାନ୍ତ ପରିଡା, ବିକର୍ତ୍ତନ କବି, ଅନୁପ ବେହେରା, କବିତା ବେହେରା, ମାନବ ମହାନ୍ତି, ଅଶୋକ ସେନାପତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହିତ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ ।
