ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଷଡ଼ବିଂଶତିତମ ବାର୍ଷିକ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ଷ୍ଟେସନ ଛକ ସ୍ଥିତ ଗାନ୍ଧିସ୍ମୃତି ଭବନରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ୱରର ଷଡ଼ବିଂଶତିତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୯ ଘଟିକାରେ ସଭାପତିଙ୍କ ସହିତ ପ୍ରତିଷ୍ଠାତା ସଭ୍ୟ ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସ ଏବଂ ଶ୍ରୀ କୃତ୍ତିବାସ ଆଚାର୍ଯ୍ୟ ସାଂଗଠନିକ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ସଂଗଠନ ସଂପାଦକ ଶ୍ରୀ ସୁଜିତ୍ କୁମାର ଜେନା ମଞ୍ଚ ଆହ୍ୱାନ କରିଥିବାବେଳେ ପ୍ରଫେସର ଜ୍ୟୋତ୍ସ୍ନାରାଣୀ ପଣ୍ଡା ବେଦପାଠ କରିଥିଲେ । ଜିଲ୍ଲାର ୧୪ଟି ଶାଖା ସଂଘର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ସଂଘର ପ୍ରମୁଖ କର୍ମକର୍ତ୍ତା ପେନସନ୍ ଜନିତ ବିଭିନ୍ନ ସମସ୍ୟାର ସମାଧାନ, ଭବିଷ୍ୟତ କାର୍ଯ୍ୟପନ୍ଥା ତଥା ସମସ୍ତ ସଂଘର ଅଭିବୃଦ୍ଧି ନିମନ୍ତେ ଆଲୋଚନା କରିଥିଲେ । ସଭ୍ୟ ଶ୍ରୀ ବେଣୁଧର ସାହୁ ଧନ୍ୟବାଦ ଦେଇଥିଲେ ।
ପୂର୍ବାହ୍ନ ୧୧ଟାରେ ସାଧାରଣ ଅଧିବେଶନକୁ ମାନ୍ୟବର ଜିଲ୍ଲା ଦୌରାଜଜ୍ ନ୍ୟାୟାଧୀଶ ଅଶାନ୍ତ କୁମାର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅଧିବେଶନକୁ ଉଦ୍ଘାଟନ କରିଥିଲେ । ଯୁଗ୍ମ ସଂପାଦକ ଶ୍ରୀ ସୁଦର୍ଶନ ଦାସ ମଞ୍ଚ ଆହ୍ୱାନ କରିଥିବାବେଳେ ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିଲେ ଏବଂ ସଭ୍ୟ ଶ୍ରୀମତୀ ପ୍ରତିମା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସଭାପତି ଇଂ. ବନମାଳୀ ନାୟକ ଅଧିବେଶନରେ ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ଦୈନିକ ‘ସମାଜ’ ବାଲେଶ୍ୱର ସଂସ୍କରଣ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ମଧୁସୂଦନ ଦାସ ସଂଘର ମୁଖପତ୍ର ‘ଉତ୍ତରାୟଣ’କୁ ଉନ୍ମୋଚନ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀମାନେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା, ଅନୁଭୂତି ତଥା ନିଷ୍ଠା ବଳରେ ସମାଜକୁ ଦିଗଦର୍ଶନ ଦେଉଛନ୍ତି ବୋଲି ସମ୍ମାନୀତ ଅତିଥିମାନେ ବକ୍ତବ୍ୟରେ କହିଥିଲେ । ସେମାନେ ସମାଜପାଇଁ ବୋଝ ନହୋଇ ଦେଶର ସଂପଦ ବୋଲି କହିଥିଲେ । ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଡ. ଭାଗବତ ପାଣିଗ୍ରାହୀ, ଶ୍ରୀ ଗୌରାଙ୍ଗ ପ୍ରଧାନ, ଇଂ. କାର୍ତ୍ତିକେଶ୍ୱର ସିଂହ, ଶ୍ରୀ ଜଗଦୀଶ ଜେନା, ପ୍ରଫୁଲ୍ଲ କୁମାର ବେହେରା, କ୍ଷେତ୍ରମୋହନ ନାୟକ, କ୍ରୀଡ଼ା ପ୍ରତିଭା କୁମାରୀ ପ୍ରଜ୍ଞା ପ୍ରଶାନ୍ତି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଧାରଣ ସଂପାଦକ ଶ୍ରୀ ବସନ୍ତ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଅର୍ଥ ସଂପାଦକ ଶ୍ରୀ ଦାମୋଦର ନାୟକ ବର୍ଷର ଆୟବ୍ୟୟ ପାଠ କରିଥିଲେ । ଯୁଗ୍ମ ସଂପାଦକ ଶ୍ରୀ ସୁଦର୍ଶନ ଦାସ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାକୁ ଆହ୍ୱାନ କରିଥିଲେ । ମାଧ୍ୟମିକ, ଦୃଷ୍ଟିହୀନ ବିଦ୍ୟାଳୟ, ଉଚ୍ଚମାଧ୍ୟମିକ କଳା, ବିଜ୍ଞାନ, ବାଣିଜ୍ୟ, ଡିପ୍ଲୋମା ଇଞ୍ଜିନିୟର କୁନ୍ତଳା କୁମାରୀ ଉଚ୍ଚମାଧ୍ୟମିକ ବିଜ୍ଞାନ, ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଜ୍ଞାନ, ମହିଳା ଉଚ୍ଚ ମାଧ୍ୟମିକ କଳା ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର +୩ କଳା, ବିଜ୍ଞାନ, ବାଣିଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଇଂ. ଡ. ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀ ଆରମ୍ଭରେ ଦିବଂଗତ ସଭ୍ୟସଭ୍ୟାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଶୋକ ପ୍ରକାଶ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ଚନ୍ଦ୍ର ସାହୁ, ଉପସଭାପତି ଇଂ. ସୁରେନ୍ଦ୍ରନାଥ ଦାସ, ଶ୍ରୀମତୀ ପୁଷ୍ପଲତା ମହାନ୍ତି, ଯୁଗ୍ମ ସଂପାଦିକା ସୁଶ୍ରୀ ସାବିତ୍ରୀ ଦାସ, ପ୍ରଣିତା ମିଶ୍ର, କଲ୍ୟାଣୀ ନନ୍ଦ, ରୀତା ରାୟ, ଭବେଶ ଚନ୍ଦ୍ର ପଣ୍ଡା, ସେକ ଆଲ୍ଲାଉଦ୍ଦିନ୍, ବାସନ୍ତୀ କର, ଶୋଭନା ମିଶ୍ର, କଳ୍ପନା ଦାସ, ଦିପ୍ତୀଲତା ଦାସ, ବନଲତା ଦାସ, ଦେବେନ୍ଦ୍ରନାଥ ଚୌଧୁରୀ, ରବୀନ୍ଦ୍ର କୁମାର ମହାନ୍ତି, ଜ୍ଞାନେନ୍ଦ୍ର ନାଥ ସାହୁ, ଶଚୀନ୍ଦ୍ର ଦାସ, ଇଂ. କେଶବ ଚନ୍ଦ୍ର ମହାନ୍ତି, ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ, ଦିଲ୍ଲୀପ ଚକ୍ରବର୍ତ୍ତୀ, ବେଣୁଧର ପାଳ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ଡା. ତାରାକାନ୍ତ ନନ୍ଦ, କୈଳାସ ସାହୁ, କୃଷ୍ଣପ୍ରସାଦ ବେହେରା, ସୁରେଶ ଚନ୍ଦ୍ର ଜେନା, ଗୋବିନ୍ଦ ଚନ୍ଦ୍ର ମାଝୀ, ଚିତ୍ତରଞ୍ଜନ ଜେନା, ଜଗଦୀଶ ପଟ୍ଟନାୟକ, ଡ. ହରେକୃଷ୍ଣ ସାହୁ, ଡ. ମନ୍ମଥ ନାଥ ପ୍ରଧାନ, ପ୍ରାଣକୃଷ୍ଣ ମହାପାତ୍ର, ଯୁଧିଷ୍ଠିର ନନ୍ଦ, ଡ. ହରିଶ୍ଚନ୍ଦ୍ର ସାହୁ, ସୀତାରାମ ପ୍ରଧାନ, ହିମାଂଶୁ ଦାସ, ବାସନ୍ତୀ ପାଣି, ପୁରୁଷୋତ୍ତମ ବେହେରା, ଡ. ରମାକାନ୍ତ ବେହେରା, ଇଂ. ରାମଚନ୍ଦ୍ର ବାଗ, ଇଂ. ରାମଚନ୍ଦ୍ର ସେଠୀ, ପଦ୍ମଲୋଚନ ଦତ୍ତ, ଇଂ. ଶ୍ରୀରାମ ପ୍ରସାଦ ଦାଶ, ହରିହର ପାଣି, ଡ. ପ୍ରଣବକୁମାର ଦାସ, ନରେନ୍ଦ୍ର ପୁହାଣ, ଯଶୋଦାନନ୍ଦନ ଆସ, ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । କଟକ ମହାସଂଘରୁ ନିର୍ମଳ ଦାସ, ଗୋକୁଳାନନ୍ଦ ବେହେରା, ସୋରୋ ସଂଘରୁ ନବକିଶୋର ଦାସ, ବସ୍ତା ସଂଘରୁ କୁମୁଦ ରଂଜନ ଗିରି, ଖଇରା ସଂଘରୁ ମହେନ୍ଦ୍ର ପ୍ରସାଦ କବି, କୁପାରି ସଂଘରୁ ଶତ୍ରୁଘ୍ନ ଦାସ, ବ୍ରହ୍ମପୁର ସଂଘରୁ ରବିନାରାୟଣ ଚୌଧୁରୀ, ରେମୁଣାରୁ ପ୍ରଦୀପ ମିଶ୍ର, ଉତ୍ତର ରେମୁଣାରୁ ଯୋଗେନ୍ଦ୍ର ସିଂ, ଖୁଆଡ଼ରୁ ପୂର୍ଣ୍ଣ ପାଇକରାୟ ଇତ୍ୟାଦି ଯୋଗ ଦେଇଥିଲେ ।
