ପୁରୁଷ ହକି ବିଶ୍ୱକପ୍ ପାଇଁ ୨୪ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷିତ
- ସ୍ଥାନ ପାଇଲେ ୫ ଓଡ଼ିଆ ଖେଳାଳି
ଭୁବନେଶ୍ୱର : ଆସନ୍ତା ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ କନିଷ୍ଠ ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୪ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷିତ ହୋଇଛି। ହକି ଇଣ୍ଡିଆ ପକ୍ଷରୁ କନିଷ୍ଠ ବିଶ୍ବକପ ଲାଗି ୩୩ଜଣିଆ ଭାରତୀୟ ଦଳର ଶିବିର ବାଙ୍ଗାଲୋର ସ୍ଥିତ ସାଇ କେନ୍ଦ୍ରରେ ଗତ ସେପ୍ଟେମ୍ବରରୁ ଚାଲିଥିଲା। ଏଥିରୁ ଦ୍ଵିତୀୟ ଚରଣ ଶିବିର ଲାଗି ୨୪ଜଣିଆ ଦଳ ମନୋନୟନ କରାଯାଇଛି। ସମ୍ଭାବ୍ୟ ଦଳରେ ୫ ଓଡ଼ିଆ ଖେଳାଳି ଅଭିଶେକ ଲାକ୍ରା, ସାଇରିଲ ଲୁଗୁନ, ସୁଦୀପ ଚିର୍ମାକୋ ,ସୁନୀଲ ଜୋଜୋ ଓ ଗୋଲକିପର ସାହିଲ ସ୍ଥାନ ପାଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ ଓ ବି.ଜେ କାରିୟାପ୍ପାଙ୍କ ନିକଟରେ ଖେଳାଳିମାନେ ୭ରେ ରିପୋର୍ଟ କରିବେ। ୮ରୁ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ ଶିବିିର ଆରମ୍ଭ ହେବ। ୨୦୧୬ର ବିଜେତା ଭାରତ ଗ୍ରୁପ-ବି ରେ କାନାଡା, ପୋଲାଣ୍ଡ ଓ ଫ୍ରାନ୍ସ ସହ ସ୍ଥାନ ପାଇଛି।
ସମ୍ଭାବ୍ୟ ଭାରତୀୟ ଦଳ : ପୱନ, ପ୍ରଶାନ୍ତ କୁମାର ଚୌହ୍ବାନ, ସାହିଲ କୁମାର ନାୟକ, ସଞ୍ଜୟ, ୟଶଦୀପ୍ ସିୱାଚ, ସଦାନନ୍ଦ ତିୱାରୀ, ଅଭିଷେକ ଲାକ୍ରା, ମନଜିତ୍, ଦିନଚନ୍ଦ୍ର ସିଂହ ମିରୋଗାଥାମ, ସୁନୀଲ ଜୋଜୋ, ସାଇରିଲ ଲୁଗୁନ, ବିବେକ ସାଗର ପ୍ରସାଦ, ରବୀଚନ୍ଦ୍ରସିଂହ ମୋରିଙ୍ଗାଥାମ, ବିଷ୍ଣୁକାନ୍ତ ସିଂହ, ଗୁରୁୁମୁଖ ସିଂହ, ଅଙ୍କିତ ପାଲ, ମାରିଶ୍ବରନ ଶକ୍ତିଭାଲ,ଉତ୍ତମ ସିଂହ, ମନିନ୍ଦର ସିଂହ, ଅରଜିତ ସିଂହ ହୁଣ୍ଡାଲ, ସୁଦୀପ ଚିର୍ମାକୋ, ରାହୁଲ କୁମାର ରାଜବୀର, ବବି ସିଂହ ଧାମି, ପ୍ରବୋଜିତ୍ ସିଂହ।
