ବଡ଼ଦାଣ୍ଡରେ ୨୪ ଘଣ୍ଟିଆ ପାଣି ୨୪ ଘଣ୍ଟା ଭାସୁଛି
ପୁରୀ : ବିଶ୍ୱ ଐତିହ୍ୟ ସହର ପୁରୀ । ପର୍ଯ୍ୟଟକମାନଙ୍କୁସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସତ ଚେଷ୍ଟିତ । ସାରା ଭାରତରେ ପ୍ରଥମ ଥର ପାଇଁ ପର୍ଯ୍ୟଟକଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଡ଼୍ରିଙ୍କ ଟୁ ଟ୍ୟାପ୍ ଯୋଜନାରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଥିଲେ । ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଲହି ୨୪ ଘଂଟିଆ ପାଣି ଟ୍ୟାପ୍ ଚାଲୁ ହୋଇଥିଲା । ସୁଇଜ ଟିପିଲେ ସିଧା ସଳଖ ପାଣି ପର୍ଯ୍ୟଟକ ପିଇ ପାରିବେ । ଗତ ଏକ ସପ୍ତାହ ହେଲାଣି ଅକ୍ଷୟ ପାତ୍ର ଫାଉଣ୍ଡେସନ ନିକଟରେ ଥିବା ଟ୍ୟାପ୍ଟିର ସୁଇଜ ଫାଟି ଯାଇଥିବାରୁ ସେଥିରୁ ୨୪ ଘଂଟା ପାଣି ନିର୍ଗତ ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଜନସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉପାରୁନାହିଁ । ଦିନ ରାତି ପାଣି ଭାସୁଥିବାରୁ କେତେକ ବାଳକ ବାଲଟି ଆଣି ସେଠାରେ ଗାଧଉଥିôବା ଦେଖିବାକୁ ମିଳୁଛି । ଏହାକୁ ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ବ୍ୟବସାୟୀ ଓ ବାସିନ୍ଦାମାନେ ଦାବି କରିଛନ୍ତି ।
