ଖଲାସ ହେବେ ଆଜୀବନ ସଜ୍ଜା କାଟୁଥିବା ୨୩ କଏଦୀ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜେଲରୁ ଖଲାସ ହେବେ ଆଜୀବନ ସଜ୍ଜା କାଟୁଥିବା କଏଦୀ । ୨୩ ଜଣ କଏଦୀଙ୍କୁ ବିଭିନ୍ନ ଜେଲରୁ ଖଲାସ କରିବା ପାଇଁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରତ୍ୟକ ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ସୂଚନା ଦେଇଛନ୍ତି।
ବାରିପଦା ଓ ଭବାନୀପାଟଣାରୁ ୩ ଜଣ ଥିବାବେଳେ ଚୌଦ୍ବାର, ରାଉରକେଲା, କୋଟପାଡ, ବ୍ରହ୍ମପୁର ଜେଲରୁ ୨ ଜଣ ଲେଖାଏଁ କଏଦୀ ଖଲାସ ହେବେ । ସେହିପରି କୋରାପୁଟ, ରଣପୁର, ବଲାଙ୍ଗିର, ଜାମୁଝରୀ, ପଦ୍ମପୁର, ସୁନ୍ଦରଗଡ, ସୋହେଲା, ସମ୍ବଲପୁର ଜେଲରୁ ଜଣେ ଲେଖାଏଁ କଏଦୀ ଖଲାସ ହେବେ । ଏ ସମ୍ପର୍କରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରତ୍ୟକ ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ସୂଚନା ଦିଆଯାଇଛି ।
